Pratidin TV

Odisha's Digital News Platform

କୂଅରୁ ମିଳିଲା ବୋହୂର ମୃତଦେହ,ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ…

1 min read

ଢେଙ୍କାନାଳ: କୂଅରୁ ମିଳିଲା ବୋହୂର ମୃତଦେହ । ଗତ ଦୁଇଦିନ ଧରି ନିଖୋଜ ଥିବା ବଧୂଙ୍କ ମୃତଦେହକୁ କୁଅରୁ ଉଦ୍ଧାର କରାଯାଇଛି଼ି । ୯ବର୍ଷ ତଳେ ହୋଇଥିଲା ବିବାହ । ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ହେଲେ ଶାଶୁଘରେ କୈାଣସି କାରଣକୁ ନେଇ ସବୁବେଳେ କଳହ ଲାଗି ରହୁଥିଲା । ଯାହାର ପ୍ରମାଣ ମଧ୍ୟ ବୋହୂ ନିଜ ବାପାଘର ଲୋକଙ୍କୁ ଦେଖାଇଥିଲା । ହେଲେ କିଛିଦିନ ପରେ ବୋହୂର ମୃତଦେହ କୂଅରୁ ମିଳିଲା । ହଁ ଆଜ୍ଞା ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଅସରଡ଼ା ଗ୍ରାମପଞ୍ଚାୟତ ଅସରଡ଼ା ଗ୍ରାମରେ । ଉକ୍ତ ଗ୍ରାମର ଜଣେ ବୋହୂ କୂଅରେ ପଡି ମୃତ୍ୟୁବରଣ କରିଥିବା କୁହାଯାଇଛି ।


ସୂଚନା ଅନୁଯାୟୀ ଅସରଡ଼ା ଗ୍ରାମର ଦିପୁ ସାହୁ ଙ୍କ ସ୍ତ୍ରୀ ୩୨ ବର୍ଷୀୟ ସ୍ୱାଗତିକା ସାହୁ ଗତ ଦୁଇ ଦିନ ତଳେ କେଉଁଆଡେ ନିଖୋଜ ଥିଲେ । ବୋହୂର ନିଖୋଜ ନେଇ ଶ୍ୱଶୁର ପ୍ରଫୁଲ୍ଲ ସାହୁ ଶୁକ୍ରବାର ବାଲିମି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ବାଲିମି ପୋଲିସ ତଦନ୍ତ ଜାରି ରଖିବା ପରେ ଗତ ଶନିବାର ସକାଳ ୯ ଟା ସମୟ ରେ ପ୍ରଫୁଲ୍ଲ ଙ୍କ ନିଜ ବାଡ଼ିରେ ଥିବା ଖୋଲା କୂଅରୁ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ପରେ ଖଜୁରିଆକଟା ଦମକଳ ବାହିନୀ ପହଂଚି ଖୋଲା କୂଅରୁ ବୋହୁ ସ୍ୱାଗତିକାଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ଅନ୍ୟପଟେ ବାଲିମି ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନା କୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି । ତେବେ ସ୍ୱାଗତିକାଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି । ସେପଟେ ଦୁଇଦିନ ଧରି ନିଖୋଜ ରହିଥିବା ବେଳେ ହଠାତ ଶାଶୁଘର କୂଅରୁ ବୋହୁର ମୃତଦେହ ମିଳିବ ନେଇ ସ୍ଥାନୀୟରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *