Pratidin TV

Odisha's Digital News Platform

ମାର୍କେଟରୁୁ କୋଲ୍ଡଡ୍ରିଙ୍କ୍ ପିଉଥିଲେ ସାବଧାନ ; କଟକରେ ଜବତ୍ ହେଲା ନକଲି କୋଲ୍ଡଡ୍ରିଙ୍କ କମ୍ପାନୀ …

କଟକ : ଖରାଗରମରେ ମାର୍କେଟରୁ କୋଲ୍ଡଡ୍ରିଙ୍କସ୍ ପିଉଥିଲେ ସାବଧାନ ! କଟକ ସୂତାହାଟ ଅଞ୍ଚଳରେ ଏକ ନକଲି କୋଲ୍ଡଡ୍ରିଙ୍କସ କମ୍ପାନୀ ଉପରେ ଅତର୍କିତ ଚଢ଼ାଉ କରିଛି କଟକ ମହାନଗର ନିଗମର ଫୁଡ୍ ସେଫ୍ଟି ଟିମ୍ । ଏହି ଚଢାଉ ସମୟରେ ବିପୁଳ ପରିମାଣର ନାମୀ କମ୍ପାନୀର ବୋତଲ, ଠିପି ଜବତ କରିବା ସହ ଉକ୍ତ କମ୍ପାନୀ ର କୌଣସି ବ୍ୟବସାୟିକ ଲାଇସେନ୍ସ ନଥିବା ଜାଣିବାକୁ ମିଳିଥିଲା।

ଏହାପରେ ସି ଏମ ସି ର ଟିମ୍ ଓ ପୋଲିସ ର ମିଳିତ ଚଢାଉ ପରେ ବିପୁଳ ପରିମାଣ ର ମୃଦ୍ୟୁ ପାନୀୟ/କୋଲ୍ଡଡ୍ରିଙ୍କସ୍ ଜବତ କରାଯିବା ସହ ଉକ୍ତ କମ୍ପାନୀ ଟିକୁ ସିଲ୍ କରାଯାଇଛି। ଏହା ସହ ମାଲିକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ତେବେ ଏହି ସମସ୍ତ କୋଲ୍ଡଡ୍ରିଙ୍କ କଟକ ସହର ସମେତ ଆଖପାଖ ଜିଲ୍ଲା ମାନଙ୍କରେ ବିତରଣ କରାଯାଇଥିଲା। ୮ ଲକ୍ଷ୍ୟ ଟଙ୍କାର ମେଶିନାରି ସମେତ ସମସ୍ତ କୋଲ୍ଡଡ୍ରିଙ୍କ କୁ ଜବତ ସହ କମ୍ପାନୀକୁ ସିଲ୍ କରିଛି । ଏଥିସହିତ ସମସ୍ତ ପାନୀୟ ସାମ୍ପୁଲ୍କୁ ଲ୍ୟାବକୁ ପଠାଯାଇଛି । ରିପୋର୍ଟ୍ ଆସିବା ପରେ ବିଦ୍ଧି ବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ କମ୍ପାନୀ ଉପରେ ୫୦ ହଜାର ଟଙ୍କା ଜୋରିମାନା ଲଗାଇଛି ସି ଏମ ସି।

Leave a Reply

Your email address will not be published. Required fields are marked *