ମାର୍କେଟରୁ ଘିଅ କିଣୁଥିଲେ ସାବଧାନ ! ଏହି ବ୍ରାଣ୍ଡେଡ୍ ଘିଅ ନାଁରେ ଚାଲିଛି ନକଲି ଘିଅ ବେପାର …
1 min readଗଞ୍ଜାମ ; ଘିଅ କିଣିବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ ! ଚିହ୍ନନ୍ତୁ ନକଲି କିଣନ୍ତୁ ଅସଲି ଘିଅ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ ବଜାର ଅଞ୍ଚଳରେ ନକଲି ଘିଅ କମ୍ପାନୀ ଉପରେ ପୁଲିସ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି । ମା ଦୁର୍ଗା ଘିଅ ନାମରେ ନକଲି ଘିଅ ପ୍ରସ୍ତୁତ କରାଯାଉଥିବାବେଳେ ଇପାରୀ ରାଜେଶ୍ୱର ପାତ୍ର ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
ବିପୁଳ ପରିମାଣର ନକଲି ଘିଅ ସହ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଥିବାବେଳେ ପୋଡା ତେଲ, ନିମ୍ନ ମାନର ପାମ ତେଲ ସହ ବିପଦଜନକ କେମିକାଲ ମିଶ୍ରଣ କରି ନକଲି ଘିଅ ପ୍ରସ୍ତୁତି କରୁଥିଲେ । ବ୍ରହ୍ମପୁର ଏସପିଙ୍କ ସୂଚନା ମୁତାବକ ପ୍ରସ୍ତୁତି ଘିଅ ପେକେଟରେ ଟ୍ରେଡ଼ ଲାଇସେନ୍ସ ସହ ପ୍ରସ୍ତୁତି ତାରିଖ କିମ୍ବା ଏକ୍ସପାଏରି ତାରିଖ ଉଲ୍ଲେଖ ନାହିଁ ।
ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ନକଲି ଘିଅ ଚାଲାଣ କରି ବ୍ୟବସାୟ କରୁଥିଲେ । ରାଜେଶ୍ୱର ଗତ ଦୁଇ ବର୍ଷ ହେଲା ଏଭଳି ବ୍ୟବସାୟ କରୁଥିବାବେଳେ ପୂର୍ବରୁ ବେଆଇନ ଗୁଟଖା ବ୍ୟବସାୟ ମାମଲାରେ ସମ୍ପୃକ୍ତ ମାଲିକ ଗିରଫ ମଧ୍ୟ ହୋଇଥିଲେ ।