Pratidin TV

Odisha's Digital News Platform

ବଢୁଛି ଚୋରଙ୍କ ଉତ୍‌ପାତ୍ , ଦୂର୍ଗା ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦାନ ଟଙ୍କା…..

1 min read

ସୁବର୍ଣ୍ଣପୁର ; ଦୂର୍ଗା ମନ୍ଦିର ହୁଣ୍ଡିରୁ ତାଲା ଭାଙ୍ଗି ଲୁଟିନେଲେ ଦାନ ଟଙ୍କା । ସୁବର୍ଣ୍ଣପୁର ସହରର ଗଡଭିତର ରେ ଥିବା ମାଁ କନକ ଦୁର୍ଗାଙ୍କ ମନ୍ଦିରରୁ ତାଲା ଭାଙ୍ଗି ହୁଣ୍ଡିରେ ଥିବା ଟଙ୍କା ଚୋରି କରି ନେଇ ଥିବା ଅଭିଯୋଗ ହୋଇଛି । ଏନେଇ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ ।

ଅଭିଯୋଗ ଅନୁସାରେ ସବୁଦିନ ପରି ଆଜି ସକାଳୁ ମନ୍ଦିର ପୂଜକ ମନ୍ଦିର ପୂଜା ପାଇଁ ଆସିଥିବାବେଳେ ମନ୍ଦିର ମୁଖ୍ୟ ଫାଟକର ତାଲା ଖୋଲା ଥିଲା । ଭିତରକୁ ଯାଇ ଦେଖିଲା ବେଳକୁ ହୁଣ୍ଡିର ତାଲା ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ତୁରନ୍ତ ମନ୍ଦିର କମିଟି ଜଣାଇଥିଲେ ।

Advertisement

ତେବେ ଦୀର୍ଘ ଦୁଇ ବର୍ଷ ହେବ ହୁଣ୍ଡି ଖୋଲା ହୋଇ ନଥିବାବେଳେ ଯାହା ଦାନ ଟଙ୍କା ଥିଲା ସବୁ ନେଇ ଯାଇଛନ୍ତି ଦୁର୍ବୃତ୍ତ । ତେବେ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି ପୂଜକ ଏବଂ ସ୍ଥାନୀୟ ଲୋକେ ।

Leave a Reply

Your email address will not be published. Required fields are marked *