Pratidin TV

Odisha's Digital News Platform

ଗାଁ ମନ୍ଦିର ରୁ ଆଶୀର୍ବାଦ ଭିକ୍ଷା କରି ନାମାଙ୍କନ ଦାଖଲ କଲେ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ ।

ମହାକାଳପଡ଼ା ବିଧାନସଭା କ୍ଷେତ୍ର ପାଇଁ ତିନି ପ୍ରମୁଖ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା ପରେ ଉଭୟ ନିଜ ନିଜର ତରୀକାରେ ପ୍ରଚାର ଚଳାଇଛନ୍ତି । ଇତି ମଧ୍ୟରେ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ ପବିତ୍ର ଅକ୍ଷୟ ତୃତୀୟା ଅବସର ରେ ନିଜ ଗାଁ ମାଟିରୁ ନାମାଙ୍କନ ଦାଖଲ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି ।

ପୂର୍ବାହ୍ନରେ ଗାଁ ର ରାଧାକୃଷ୍ଣ ଙ୍କୁ ଦର୍ଶନ କରିବା ପରେ ନିକର ମା ଓ ମାଟି କୁ ସମ୍ମାନ ଜଣାଇ କର୍ମୀ ଙ୍କ ଗହଣରେ ଯାତ୍ରା କରିଥିଲେ । ଯିବା ବାଟରେ ବିଜୟନଗର, ଦେଉଳିପଡ଼ା,ଆଳାଇଲୋ, ରାଜଗଡ଼ ଓ ଅଙ୍ଗୁଳାଇ ପଂଚାୟତ ଦେଇ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଂଚିଥିଲେ । ଯିବା ସମୟରେ କର୍ମୀ ମାନଙ୍କର ଜୟ ଶ୍ରୀରାମ ଧ୍ୱନି ଗଗନ ପବନ ପ୍ରକମ୍ପିତ କରୁଥିଲା। ବିଶେଷ କରି ପ୍ରିୟ ପ୍ରଧାନ ମନ୍ତ୍ରୀ ଙ୍କ ମୋଦି ଗ୍ୟାରେଣ୍ଟି ଓ ବିଜୟ ସଂକଳ୍ପ ଯାତ୍ରା କୁ ନେଇ ବିଜେପି କର୍ମୀ ମାନେ ଉତଫୁଲିତ ହେବା ସହିତ ତୃତୀୟ ବାର ୪୦୦ପାର ନେଇ ସ୍ଲୋଗାନ ଦେଇଥିଲେ କ୍ଷ ମିଳିତ ହୋଇ କଲେ ଲଢେଇ ବିଦେଶୀ ଯିବେ ପଳେଇ ବୋଲି ସ୍ଲୋଗାନ ମଧ୍ୟ ଶୁଣିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *