Pratidin TV

Odisha's Digital News Platform

୪୦୦ ବର୍ଷରୁ ଆଳିରେ ପୂଜା ପାଉଛନ୍ତି ମା’ , ରହିଛି ବଳି ପ୍ରଥା …

1 min read

ଆଳି ; ଶାରଦୀୟ ଦୁର୍ଗାପୂଜାକୁ ନେଇ ଉତ୍ସବ ମୁଖର ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲା । ଆଳି ରାଜବାଟି ପରିସରରେ ରାଜକୀୟ ପରମ୍ପରା ଅନୁଯାୟୀ ପାଳନ ହେଉଛି ଦୂର୍ଗାପୂଜା । ଗତକାଲି ସପ୍ତମୀ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆଜି ସକାଳୁ ଅଷ୍ଟମୀ ପୂଜା ଆରମ୍ଭ ହୋଇଛି ।

ପରମ୍ପରା ଅନୁଯାୟୀ ପ୍ରଥମେ ରାଜପରିବାର ସଦସ୍ୟ ମାନଙ୍କ ଉପସ୍ଥିତରେ ଆଳି ରାଜା ବ୍ରଜକେଶରୀ ଦେବଙ୍କୁ ରାଜାଭିଷେକ କରାଯାଇଥିଲା । ରାଜାଭିଷେକ ପରେ ରୀତିନୀତି ଅନୁସାରେ ବଳିଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥି ସହ ପ୍ରତିଦିନ ରନ୍ଧାଭୋଗ କରାଯାଇ ଠାକୁରଙ୍କୁ ଲାଗି କରାଯାଇଥାଏ।ଏହି ଆଳି ରାଜାଙ୍କ ଦୂର୍ଗାପୂଜାକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ଆଜକୁ ଦୀର୍ଘ ୪୦୦ବର୍ଷ ହେବ ଆଳି ରାଜପରିବାର ଦୂର୍ଗାପୂଜା ଉତ୍ସବକୁ ବେଶ ଧୂମ ଧାମର ସହ ପାଳନ କରି ଆସୁଥିବା ଆଳି ରାଜା କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *