Pratidin TV

Odisha's Digital News Platform

ଚାରିଧାମ ଯାତ୍ରାରେ ରିଲ୍ସ ମନା , ସୁଟିଂ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ..

ଉତ୍ତରାଖଣ୍ଡର ପବିତ୍ର ଚାର ଧାମ ଯାତ୍ରା ମେ ୧୦ ରୁ ଆରମ୍ଭ ହୋଇଯାଇଛି ଏବଂ ପ୍ରତିଦିନ ଶହ ଶହ ଭକ୍ତ ଦର୍ଶନ କରିବା ପାଇଁ ଏଠାରେ ପହଞ୍ଚୁଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡ଼ ବଢିବାରେ ଲାଗିଛି ଏହାରି ମଧ୍ୟରେ ଉତ୍ତରପ୍ରଦେଶ ସରକାର ଭକ୍ତମାନଙ୍କ ପାଇଁ ଏକ ନୂଆ ନିୟମ ଜାରି କରିଛନ୍ତି, ଚାରିଧାମ ଯାତ୍ରା ସମୟରେ ମନ୍ଦିରରୁ ୫୦ ମିଟର ବ୍ୟାସାର୍ଦ୍ଧରେ ଭିଡିଓ ରିଲ ତିଆରି କରିବାକୁ ବାରଣ କରାଯାଇଛି । ଚାରି ଧାମ ତୀର୍ଥସ୍ଥାନ ଅବସ୍ଥିତ ଜିଲାର ପୋଲିସ ଅଧୀକ୍ଷକଙ୍କୁ ରାଜ୍ୟ ପୋଲିସ ମୁଖ୍ୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଯମୁନୋତ୍ରୀ, ଗାଙ୍ଗୋତ୍ରୀ, କେଦାରନାଥ, ଏବଂ ବଦ୍ରିନାଥ ନିକଟକୁ ଆସୁଥିବା ବହୁ ପରିଦର୍ଶକ ଫଟୋ ଉଠାଇବା ଏବଂ ଭିଡିଓ ରେକର୍ଡିଂ କରିବା କାରଣରୁ ଭିଡ଼ ପରିଚାଳନା କରିବା ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି ହେବା

ପରେ ଏହି ପଦକ୍ଷେପ ନେଇଛି ସରକାର । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ମନ୍ଦିର ପରିସରରେ କେହି ଭିଡିଓ ସୁଟ୍ କରିବେ ନାହିଁ କିମ୍ବା ରିଲ୍ ମଧ୍ୟ କରିବେ ନାହିଁ। ଭିଡିଓଗ୍ରାଫି ଏବଂ ମନ୍ଦିରଗୁଡିକର ୫୦ ମିଟର ମଧ୍ୟରେ ରିଲ୍ ତିଆରି ଉପରେ ଏହି ପ୍ରତିବନ୍ଧକ ଲଗାଯାଇଛି। ତେବେ ମୋବାଇଲ୍ ଫୋନ୍ ସାଙ୍ଗରେ ନେଇଯିବା ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଅଧିକାରୀମାନେ କହିଛନ୍ତି ଯେ ଯେଉଁମାନେ ଧାର୍ମିକ ଭାବନାକୁ ଅପମାନିତ କରନ୍ତି କିମ୍ବା ଚାରି ଧାମର ପବିତ୍ରତାକୁ ଉଲ୍ଲଂଘନ କରନ୍ତି ସେମାନଙ୍କୁ ଆଇପିସି ୨୯୫ ଏ ଅନୁଯାୟୀ ଦଣ୍ଡିତ କରାଯିବ ।

Leave a Reply

Your email address will not be published. Required fields are marked *