Pratidin TV

Odisha's Digital News Platform

ମୋଦିଙ୍କ ଶପଥ ପାଠ ବେଳେ ରାଷ୍ଟ୍ରପତି ଭବନରେ ବୁଲିଲା ବିଲେଇ , ଭାଇରାଲ ହେଲା ଭିଡିଓ ….

1 min read

କ୍ରମାଗତ ତୃତୀୟ ଥର ପାଇଁ ମୋଦି ବନିଲେ ଭାରତର ପ୍ରଧାନମନ୍ତ୍ରୀ । ଜୁନ୍ ୯ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ୍ ମୋଦି । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ପଡ଼ୋଶୀ ଦେଶଗୁଡ଼ିକର ମୁଖ୍ୟମାନଙ୍କ ସମେତ ପ୍ରାୟ ୮ ହଜାର ଅତିଥି ଉପସ୍ଥିତ ଥିଲେ। ଯେଉଁ ମାନଙ୍କୁ ଭରତ ତରଫରୁ ନିମନ୍ତ୍ରିତ କରାଯାଇଥିଲା । ଏହି ସମୟରେ ମୋଦିଙ୍କ ସହ ଆଉ ୭୧ ଜଣ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି।

ତେବେ ରାଷ୍ଟ୍ରପତି ଭବନରେ ଶପଥ ପାଠ କାର୍ଯ୍ୟକ୍ରମରେ ଗୋଟିଏ ରହସ୍ୟମୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଶପଥ ପାଠ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଷ୍ଟ୍ରପତି ଭବନର କରିଡରରେ ଗୋଟିଏ ବାଘ ଛୁଆ ବୁଲୁଥିବାର ନଜର ଆସିଥିଲା । ଏହାକୁ ଅନେକ ଛୋଟ ଚିତାବାଘ କହୁଥିବା ବେଳେ ଆଉ କିଛି ଏହାକୁ ବଡ ବିଲେଇ ଛୁଆ ବୋଲି କହୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *