Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ଓ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ , ଭୁବନେଶ୍ୱରରେ ଅପରାହ୍ଣ ୨ ଟାରୁ ସନ୍ଧ୍ୟା ୭ ଟାଯାଏଁ ଗାଡି ଚଳାଚଳ ବନ୍ଦ ।

1 min read

ଭୁବନେଶ୍ୱର ; ଜୁନ୍ ୧୨ ରେ ଓଡିଶାରେ ହେବ ବଡ ପରିବର୍ତ୍ତନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସହ ଆସନ୍ତାକାଲି ଓଡ଼ିଶାରେ ପ୍ରଥମଥର ପାଇଁ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଜନତା ମୈଦାନରେ ହେବାକୁ ଥିବା ଶପଥଗ୍ରହଣ ଉତ୍ସବ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ଯାଏଁ ଜୟଦେବ ବିହାରରୁ ନାଲକୋ ଛକ ମଧ୍ୟରେ ଗାଡି ଚଳାଚଳ ଉପରେ ରୋକ ଲଗାଯାଇଛି । ସେହିଭଳି ଏହି ରୁଟକୁ ସଂଯୋଗ କରୁଥିବା ଗଳି ରାସ୍ତାକୁ ମଧ୍ୟ ସିଲ କରାଯିବ ।

Advertisement

Leave a Reply

Your email address will not be published. Required fields are marked *