Pratidin TV

Odisha's Digital News Platform

ସତ୍ୟପାଠ ଦାଖଲ ସମୟରେ ସାମ୍ନାକୁ ଆସିଲା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମୋଟା ସମ୍ପତି

1 min read

ଗତ ୫ ବର୍ଷ ସାଂସଦ ଥିବା ସମୟରେ ଅପରାଜିତାଙ୍କୁ ସମ୍ପତି ୪୨ ପ୍ରତିଶତ ବଢିଛି | ତେବେ ଏନେଇ ସତ୍ୟପାଠ ଦାଖଲ କରିଛନ୍ତି ନିଜେ ସାଂସଦ ଅପରାଜିତା ଷଡ଼ଙ୍ଗୀ | ୨0୧୯ ରେ ବିଜେତା ସାଂସଦ ଅପରାଜିତା ଷଡ଼ଙ୍ଗୀ ୨0୨୪ରେ ଭରିଛନ୍ତି ନୋମିନେସନ | ଆଉ ସାମ୍ନାକୁ ଆସିଛି ଅପରାଜିତାଙ୍କୁ ସମ୍ପତି ତାଲିକା |

ତେବେ ଅପରାଜିତା ସଡଙ୍ଗୀଙ୍କ ତାଲିକାରେ ଉଲ୍ଲେଖ ଅଛି ଯେ, ତାଙ୍କ ସମ୍ପତ୍ତିର ମୋଟା ୫ଟି ବ୍ୟାଙ୍କ ଆକାଉଣ୍ଟର ତାଲିକା ଦେଇଛନ୍ତି | ଏବଂ ତା’ ସହ ଇନଭେଷ୍ଟମେଣ୍ଟ ବଣ୍ଡ, ସେୟାର ଆଦିର ତଥ୍ୟ ରଖିଛନ୍ତି | ଅପରାଜିତାଙ୍କୁ ସମ୍ପତି ତାଲିକା ଭିତରେ ହୁଣ୍ଡାଇ କ୍ରେଟା ଗାଡି ଏବଂ ୧୧ଶହ ୫0 ଗ୍ରାମର ଅଳଙ୍କାର ମଧ୍ୟ ରହିଅଛି | ]ନିଜର ଅପରାଧିକ ତାଲିକା ଏବଂ ଅନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ମଧ୍ୟ ପ୍ରସ୍ତୁତ କରିଛନ୍ତି ସାଂସଦ ପାର୍ଥୀନି ମହୋଦୟା |

Advertisement

ତେବେ ୨0୨୪ ସୁଦ୍ଧା ୪ କୋଟି ୬୨ ଲକ୍ଷ ଟଙ୍କାର ରହିଛି ସମ୍ପତି | ୨0୧୯ ରେ ତାଙ୍କର ମୋଟା ସମ୍ପତ୍ତିର ପରିମାଣ ୩ କୋଟି ୧୬ ଲକ୍ଷ ଥିଲା | କିନ୍ତୁ ଚଳିତ ବର୍ଷ ହିସାବରେ ୪୨ ପ୍ରତିଶତ ସମ୍ପତି ବଢିଥିବା ନେଇ କଥା ସାମ୍ନାକୁ ଆସିଛି | ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଈଶ୍ୱରଙ୍କୁ ସାକ୍ଷୀ ରଖି ଶପଥ ପାଠ ମଧ୍ୟ କରି ନୋମିନେସନ ଫାଇଲ କରିଛନ୍ତି ସାଂସଦ ପାର୍ଥୀ ଅପରାଜିତା ଷଡ଼ଙ୍ଗୀ | ଅପରାଜିତା ଆବଶ୍ୟକୀୟ ଡକ୍ୟୁମେଣ୍ଟ, ଅଫେଡ଼େଫିଟ ଆଦି ଦାଖଲ କରିଛନ୍ତି |

Leave a Reply

Your email address will not be published. Required fields are marked *