Pratidin TV

Odisha's Digital News Platform

ସେନ୍‌କୋ ଗୋଲ୍ଡର ବ୍ରାଣ୍ଡ ଆମ୍ବାସାଡର୍ ଦୂତୀ ଚାନ୍ଦ: ପ୍ରାଇଡ୍ ସ୍ପେସିଆଲ୍ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ସବୁ ଲିଙ୍ଗ ବର୍ଗର ସମାନତାକୁ ପାଳନ କରିବା ଏବଂ ଏଲ୍‌ଜିବିଟିକ୍ୟୁ+ ଗୋଷ୍ଠୀଙ୍କୁ ଉତ୍ସାହିତ କରିବା ଲାଗି ‘ଉୟର୍ ୟୋର୍ ପ୍ରାଇଡ’ ଅଭିଯାନ ଆରମ୍ଭ କରାଯାଇଛି । ପ୍ରାଇଡ୍ ମାସରେ ଅନ୍ତର୍ଭୁକ୍ତୀକରଣର ପ୍ରସାର କରିବା ଲାଗି ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଦୁଇଟି ବ୍ରାଣ୍ଡ୍ ଫିଲ୍ମ ପ୍ରକାଶ କରାଯାଇଛି ଯେଉଁଥିରେ କଂପାନିର ବ୍ରାଣ୍ଡ୍ ଆମ୍ବାସାଡର ଦୁତି ଚାନ୍ଦ ଓ ତାଙ୍କ ବାନ୍ଧବୀ ଫ୍ରିଡମ୍ ଅଫ୍ ଲଭ୍ ପାଇଁ ଶପଥ କରୁଛନ୍ତି ଏବଂ ଅନ୍ୟ ଏକ ଫିଲ୍ମରେ ସେନ୍‌କୋ ଗୋଲ୍ଡର ଜଣେ କିନ୍ନର କର୍ମଚାରୀ ରୁପଙ୍କ ଜୀବନ କାହାଣୀ ରହିଛି ।

କାମାକ୍ ଷ୍ଟ୍ରିଟ୍‌ରେ ଥିବା ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ସୋ’ରୁମ୍‌ର ସେଲ୍‌ସ ବିଭାଗରେ ପାଂଚ ବର୍ଷ ହେଲାଣି ରୁପୁ କାମ କରୁଛନ୍ତି । ଦୁତି ଚାନ୍ଦ ସମସ୍ତଙ୍କୁ ନିଜକୁ ନ ଲୁଚାଇବା ଲାଗି ଆହ୍ୱାନ ଦେଉଛନ୍ତି । ଉଭୟ ଫିଲ୍ମକୁ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ଉପଲବ୍ଧ କରାଯାଇଛି । ଏଲ୍‌ଜିବିଟିକ୍ୟୁ+ ଗୋଷ୍ଠୀଙ୍କୁ ସମର୍ଥନ କରିବା ଓ ଅନ୍ତର୍ଭୁକ୍ତୀକରଣର ପ୍ରସାର କରିବା ଲାଗି ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ୨୦୨୧ରେ ଦୁତି ଚାନ୍ଦଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ଗ୍ରହଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *