ଘଟିବାକୁ ଯାଉଛି ବିରଳ ଘଟଣା , ପୃଥିବୀ ଚାରିପଟେ ଘୁରିବ ଦୁଇ ଦୁଇଟି ଚନ୍ଦ୍ର..
1 min readଘଟିବାକୁ ଯାଉଛି ବିରଳ ଘଟଣା । ପୃଥିବୀ ଚାରିପଟେ ଘୁରିବ ଦୁଇ ଦୁଇଟି ଚନ୍ଦ୍ର । ସାଧାରତ ଆମେ ଜାଣିଛେ ପୃଥିବୀ ଚାରିପଟେ ଚନ୍ଦ୍ର ଘୂର୍ଣ୍ଣୟମାନ । ଆମ ମହାକାଶ ରେ ଗୋଟିଏ ଚନ୍ଦ୍ର ରହିଛି । ହେଲେ ଖୁବଶୀଘ୍ର ଆଉ ଏକ ଚନ୍ଦ୍ର ବି ପୃଥିବୀ କକ୍ଷପଥରେ ଘୂର୍ଣ୍ଣନ କରିବ। ଏହା ପୃଥିବୀ ପାଇଁ ହେବ ୨ୟ ଚନ୍ଦ୍ର। ତେବେ ଏହା ଆମ ପାରମ୍ପରିକ ଚନ୍ଦ୍ର ପରି ଆମକୁ ଦୃଶ୍ୟମାନ ହେବ ନାହିଁ ବୋଲି ମହାକାଶ ବିଜ୍ଞାନୀମାନେ କହିଛନ୍ତି।୨ୟ ଚନ୍ଦ୍ରଟି ମାତ୍ର ସେପ୍ଟେମ୍ବର 29 ରୁ ନଭେମ୍ବର 25 ପର୍ଯ୍ୟନ୍ତ ପୃଥିବୀ ପରିକ୍ରମା କରିବ |
ତା’ ପରେ ପୃଥିବୀ କକ୍ଷପଥରୁ ଚାଲିଯିବ। ସ୍ପେନ ବିଶ୍ଵବିଦ୍ୟାଳୟର ଗବେଷକ କାର୍ଲୋସ ଏବଂ ରଉଲ ଡି ଲା ଫୁଏଣ୍ଟେ ମାର୍କୋସ କହିଛନ୍ତି ଯେ, ୨୦୨୪ପିଟି୫ ନାମକ ଏକ କ୍ଷୁଦ୍ର ଗ୍ରହ ଗତ ଅଗଷ୍ଟ ୭ ତାରିଖରେ ଆବିଷ୍କୃତ ହୋଇଛି। ଆଷ୍ଟରଏଡ ଟେରେଷ୍ଟ୍ରିଆଲ ଇମ୍ପାକ୍ଟ ଲାଷ୍ଟ ଆଲର୍ଟ ସିଷ୍ଟମ(ଆଟଲାସ) ଦ୍ଵାରା ଏହି ଗ୍ରହକୁ ଆବିଷ୍କାର କରାଯାଇଛି। ଏହି କ୍ଷୁଦ୍ର ଗ୍ରହଟି ବର୍ତ୍ତମାନ ଯେଉଁ କକ୍ଷ ପଥ ଦେଇ ଗତି କରୁଛି ତାହା ଖୁବଶୀଘ୍ର ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ଵାରା ପୃଥିବୀ କକ୍ଷପଥକୁ ଆସିବ। ଏହା ପରେ ପୃଥିବୀ କକ୍ଷପଥରେ ଆସନ୍ତା ସେପ୍ଟେମ୍ବର ୨୯ରୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଘୂର୍ଣ୍ଣନ କରିବ। ଗୋଟିଏ ଘୂର୍ଣ୍ଣନ ସମ୍ପୂର୍ଣ୍ଣ କରିବା ପରେ ତାହା ପୃଥିବୀ କକ୍ଷପଥରୁ ବାହାରିଯିବ। ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ମଧ୍ୟ ଏପରି ଘଟିଛି ବୋଲି ଦୁଇ ଗବେଷକ କହିଛନ୍ତି। ପ୍ରଥମ ଥର ପାଇଁ ୨୦୦୬ ଜୁଲାଇରେ ଗୋଟିଏ ଛୋଟିଆ ଚନ୍ଦ୍ର ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ପୃଥିବୀ କକ୍ଷପଥରେ ଘୂର୍ଣ୍ଣନ କରୁଥିବା ଦେଖିବାକୁ ମିଳିଥିଲା ବୋଲି ସେମାନେ କହିଛନ୍ତି। ୨୦୨୦ରେ ମଧ୍ୟ ଅନୁରୂପ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା।