କୋରାପୁଟରେ ମୃଦୁ ଭୂମିକମ୍ପ ଅନୁଭୂତ : ରିକ୍ଟର ସ୍କେଲରେ ତୀବ୍ରତା ୩ ଦଶମିକ ୮
1 min readକୋରାପୁଟ : କୋରାପୁଟରେ ମୃଦୁ ଭୂମିକମ୍ପ ଅନୁଭୂତ । ଶୁକ୍ରବାର ସକାଳ ୫ଟା ୫ରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩ ଦଶମିକ ୮ ଥିବା ସୂଚନା ମିଳିଛି । ତେବେ କୋରାପୁଟ ଆଖପାଖ ଅଞ୍ଚଳ ନାରାୟଣପାଟଣା ଓ ଲକ୍ଷ୍ମୀପୁର ସମେତ ଦଶମନ୍ତପୁର ବ୍ଳକରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ତେବେ ଭୋର ସମୟରେ ଲୋକେ ହଠାତ ଉଠିଥିବାବେଳେ ଝରକା ଗୁଡିକ ଆପେ ଆପେ ଦୋହଲିବାରେ ଲାଗିଥିଲା। ଘରେ ଥିବା ଆସବାବପତ୍ର ବି ଦୋହଲି ଥିଲା। ଲୋକେ ଭୟରେ ଘରୁ ବାହାରକୁ ବାହାରି ଦୈଡିଥିଲେ ଆସିଥିଲେ। ପରେ ଏହା ଭୂକମ୍ପ ବୋଲି ଜଣାପଡିଥିଲା।