Pratidin TV

Odisha's Digital News Platform

ତାଇୱାନ ପରେ ବର୍ତ୍ତମାନ ଏହି ୨ ଦେଶରେ ଅନୁଭବ ହୋଇଛି ଭୂକମ୍ପ

ଭୂକମ୍ପରେ ଥରିଲା ଏହି ୨ ସହର | ଶୁକ୍ରବାର ଦିନ ଆମେରିକାର କେତେକ ଅଞ୍ଚଳରେ ଭୂକମ୍ପ ଅନୂଭତ ହୋଇଥିଲା | ୫.୫ ତୀବ୍ରତର ଏହି କମ୍ପନ ନ୍ୟୁୟର୍କ ଏବଂ ନ୍ୟୁ ଜର୍ସିରେ ଅନୁଭୂତ ହୋଇଥିଲା | ଲୋକମାନେ ଭୟଭୀତ ହୋଇ ନିଜ ଘର ଏବଂ ନିଜ ଅଫିସରୁ ବାହାରି ନିରାପଦ ସ୍ଥାନକୁ ଯିବା ଅରାମମଭ କରିଦେଇଥିଲେ | ନ୍ୟୁୟର୍କ ସହରରେ ଏହି ଭୂକମ୍ପ କମ୍ପନ ପରେ ଲୋକମାନେ ରାସ୍ତାରେ ଆସିଥିଲେ। ତେବେ ପରିସ୍ଥିତି ସ୍ୱାଭାବିକ ହେବା ପରେ , କିଛି ସମୟ ପରେ ସେମାନେ ଘର, ଅଫିସ୍ ଏବଂ କୋଠାକୁ ଫେରିଯାଇଥିଲେ | ଭୂକମ୍ପର କେନ୍ଦ୍ର ସ୍ଥଳର ପଡ଼ୋଶୀ ନ୍ୟୁଜର୍ସି ବୋଲି ଆମେରିକାର ଜିଓଲଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି। ଏହି ଭୂକମ୍ପରେ କିଛି କ୍ଷୟକ୍ଷତି ହେବା ନେଇ କିଛି ସୂଚନା ମିଳିନାହିଁ |

ଏକ ରିପୋର୍ଟ ଅନୁସାରେ ଭୂକମ୍ପ ଝଟକା ଯୋଗୁ ବ୍ରୁକଲିନରେ ବିଲଡିଂ ଦୋହଲିଛି। କପବୋର୍ଡ ଦ୍ୱାର ଓ ଅନ୍ୟାନ୍ୟ ଜିନିଷ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନ୍ୟୁୟର୍କରେ ଥିବା ଜାତିସଂଘର ସୁରକ୍ଷା ପରିଷଦ ବୈଠକ ଚାଲିଥିଲା। ଗାଜା ଉପରେ ଆଲୋଚନା ହେବାର ଥିଲା। କିନ୍ତୁ ଝଟକା ପରେ ବୈଠକକୁ ଅସ୍ଥାୟୀ ରୂପେ ସ୍ଥଗିତ କରି ଦିଆଯାଇଛି। ଫିଲାଡେଲଫିଆ ଠାରୁ ନ୍ୟୁୟର୍କ ଯାଏ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଅନେକ ଲୋକ ସୋଶାଲ ମିଡିଆରେ ମତ ଦେଇଥିଲେ ।

Leave a Reply

Your email address will not be published. Required fields are marked *