Pratidin TV

Odisha's Digital News Platform

ତୁର୍କୀ ପରେ ଥରିଲା ଭାରତ ; ଗୁଜୁରାଟ୍‌ରେ ୨୪ ଘଣ୍ଟାରେ ୨ଥର ଝଟ୍‌କା , ରିକ୍ଟର ସ୍କେଲରେ ତୀବ୍ରତା ୩.୮ ଓ ..

1 min read

ସୁରଟ୍ : ଗୁଜୁରାଟରେ ଭୂମିକମ୍ପ । ୨୪ ଘଂଟାରେ ୨ ଥର ଭୂମିକମ୍ପର ଝଟକା । ଥରିଲା ସୁରତ ସହ କଚ୍ଛ । ତୁର୍କି ଓ ସିରିଆ ଭୂମିକମ୍ପ ହୋଇଥିବା ବେଳେ ଭାରତରେ ଅନୁଭୂତ ହେଲା ଭୂମିକମ୍ପ ଝଟକା । ଗୁଜରାଟରେ ୨୪ ଘଂଟା ମଧ୍ୟରେ ୨ ଥର ଭୂକମ୍ପ ଝଟକ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ଓ ୩.୭ ରହିଛି ।

Advertisement

ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲେ ହେଁ ଲୋକମାନେ ଭୟଭୀତ ହୋଇପଡିଥିଲେ । ପ୍ରଥମେ ଗତ ରାତିରେ ଗୁଜରାଟର ସୁରତ ଅଂଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ପରେ କଚ୍ଛରେ ବି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପ ବିଜ୍ଞାନୀଙ୍କ ସୂଚନା ଅନୁସାରେ କଚ୍ଛରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ୩.୮ମାଗସିଚ୍ୟୁଟ ରହିଛି । ଏହାର କେନ୍ଦ୍ରସ୍ଥଳ ଆରବସାଗର ଥିଲା । ପୂର୍ବରୁ ଗୁଜରାଟବାସୀ ଅନେକ ବଡ ବଡ ଭୂମିକମ୍ପକୁ ସାମ୍ନା କରିଛନ୍ତି ।

୧୮୧୯, ୧୮୪୫, ୧୮୪୭, ୧୮୪୮, ୧୮୬୪, ୧୯୦୩, ୧୯୩୮, ୧୯୫୬, ଓ ୨୦୦୧ରେ ଭୂକମ୍ପର ଜବରଦସ୍ତ ଝଟକା ଲାଗିଥିଲା ଏହି ରାଜ୍ୟରେ । ୨୦୦୧ରେ ଗୁଜରାଟର ସର୍ବାଧିକ କ୍ଷୟକ୍ଷତି ହୋଇଥିଲା । ଏଥିରେ ୧୩,୮୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । ରାଜ୍ୟ ବିପଦ ପ୍ରବନ୍ଧନ ପ୍ରାଧୀକରଣ ମୁତାବକ ଗୁଜରାଟରେ ଭୂମିକମ୍ପ ବିପଦ ସର୍ବାଧିକ ରହିଛି ।

Leave a Reply

Your email address will not be published. Required fields are marked *