Pratidin TV

Odisha's Digital News Platform

ନୂଆ ବର୍ଷରେ ଦୋହଲିଲା ରାଜଧାନୀ

1 min read

ନୂଆଦିଲ୍ଲୀ : ସମସ୍ତେ ନୂଆବର୍ଷକୁ ସ୍ୱାଗତ କରିବାକୁ ଉତ୍ସବ ମନାଉଥିଲେ ।କେଉଁଠି ଜିରୋ ନାଇଟ୍ସ୍ ତ କେଉଁଠି ପାର୍ଟି ପୁଣି କେଉଁଠି ଭୋଜି । ନୂଆ ବର୍ଷର ନୂଆ ଖୁସି ପାଇଁ ଚାଲିଥିଲା ଲୋକମାନଙ୍କର ସେଲିବ୍ରେସନ । ଲୋକମାନଙ୍କ ଗହଳିଭିତରେ ଦୋହୁଲୁିଥିବା ରାଜଧାନୀ । ଠିକ୍ ଏତିକି ବେଳେ ହଠାତ୍ ଥରିଉଠିଥିଲା ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ । ନୂଆଦିଲ୍ଳୀର ପଶ୍ଚିମ ଅଞ୍ଚଳରେ ଏହାର କେନ୍ଦ୍ରସ୍ଥଳ ଥିଲା । ଏହାର ଗଭୀରତା ୫ କିଲୋମିଟର ରହିଥିଲା । ସେହିଭଳି ନଭେମ୍ବର ୧୨ରେ ମଧ୍ୟ ଦିଲ୍ଲୀ-ଏନ୍‌ସିଆର୍ ଓ ଉତ୍ତରାଖଣ୍ଡରେ ତୀବ୍ର ଭୂମତକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା ।

ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୮ ରେକର୍ଡ କରାଯାଇଛି । ଏହାର ଗଭୀରତା ୫ କିଲୋମିଟର ରହିଥିବାବେଳେ ଏହାର କେନ୍ଦ୍ରସ୍ଥଳ ହରିୟାଣାର ଝଜ୍ଜରରେ ଥିଲା । ତେବେ ଏହି ଭୂକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *