Pratidin TV

Odisha's Digital News Platform

ଉତ୍ତରକାଶୀ ଟନେଲ ଟ୍ରାଜେଡି ; ୫ ଦିନ ହେବ ଫସିଥିବା ୪୦ ଶ୍ରମିକଙ୍କୁ ଭୂକମ୍ପ ଝଟ୍‌କା

1 min read

ନୂଆଦିଲ୍ଲୀ ; ବିତିଲାଣି ୫ ଦିନ, ଗଡୁଛି ସମୟ ବଢୁଛି ଆଶଙ୍କା । ଉତରକାଶୀ ସୁଡଙ୍ଗରେ ଏବେ ବି ଫସିଛନ୍ତି ୪୦ ଜଣ ଶ୍ରମିକ । ୫ ଦିନ ହେଲାଣି ହେଲେ ଏଯାଏଁ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରୁନଥିବା ବେଳେ ଅନୁଭବ ହୋଇଛି ଭୂକମ୍ପ । ଯାହା ସମସ୍ତଙ୍କ ଡରକୁ ଆହୁରୀ ଦୁଇଗୁଣିତ କରାଇଦେଇଛି ।

ଘଟଣାଟି ଏମିତି ରବିବାର ଭୋର ପ୍ରାୟ ୫ଟା ସମୟରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ବ୍ରହ୍ମଖାଲ-ଯମୁନୋତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲ ଆଂଶିକ ଭୁଶୁଡି ପଡିଥିଲା। ଏଥିରେ କାମ କରୁଥିବା ୪୦ ଜଣ କର୍ମଚାରୀ ଫସି ରହିଥିଛନ୍ତି । ଆଜିକୁ ୫ ଦିନ ହେବ ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କ ନିକଟକୁ ପାଇପ ଯୋଗେ ଖାଦ୍ୟ ଓ ଅକ୍ସିଜେନ ଯୋଗା ଯାଉଛି। କିନ୍ତୁ ଧିରେ ଧିରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଦେଖି ଚିନ୍ତାରେ ଡାକ୍ତର ଓ ଉଦ୍ଧାରକାରୀ ଦଳ । ସେହିଭଳି ମଙ୍ଗଳବାର ଏହି ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ଟନେଲ ଭିତରେ ଲ୍ୟଣ୍ଡସାଇଡ୍ ଯୋଗୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ମେଶିନକୁ ହଟାଇବାକୁ ପଡ଼ିଥିଲା । ଏଥିସହ ପଥର ଅତଡ଼ା ଖସିବାରୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ୨ ଶ୍ରମିକ ଆହତ ହୋଇଥିବା ଜଣାଯାଇଛି। ଏଥିଯୋଗୁ ଡ୍ରିଲିଂ ମେଶିନ ଖରାପ ହେବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହାପରେ ସବୁ ସମସ୍ୟାର ସମାଧାନ କରାଯାଇ ପୁନଶ୍ଚ ଉଦ୍ଧାର କାର୍ଯ୍ୟ ଜାରିରହିଥିବା ବେଳେ ବୁଧବାର ରାତିରେ ଉତ୍ତରକାଶୀରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାକୁ ନେଇ ବର୍ତ୍ତମାନ ଚିନ୍ତା ବଢିଛି । ତେବେ ରିଚ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ରେକର୍ଡ କରାଯାଇଛି। ଉତ୍ତରକାଶୀରେ ଏହି ଭୂକମ୍ପ ହେବା ପରେ ସେହି ୪୦ ଶ୍ରମିକଙ୍କ ପରିବାର ଏବେ ଭୟରେ ନିଜ ଦିନ କାଟୁଛନ୍ତି । ଆଉ ନିଜ ପରିବାରର ଫସିରହିଥିବା ଲୋକ ପାଇଁ ପ୍ରାର୍ଥନା ଚଲାଇଛନ୍ତି ।

ଆପଣମାନଙ୍କ ଜାଣିବା ନିମନ୍ତେ କହିରଖୁଛୁ ଯେ ଏହି ଉଦ୍ଧାର କାର୍ଯ୍ୟରେ ମୋଟ ୨୦୦ ରୁ ଉର୍ଦ୍ଧ ଲୋକ ଲାଗିଛନ୍ତି । ଏନଡିଆରଏଫ୍, ଏସଡିଆରଏଫ୍, ବିଆରଓ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହ ଯବାନ ମାନେ ଏହି ଉଦ୍ଧାର ଟିମ୍‌ରେ ସାମିଲ ଅଛନ୍ତି । ତେବେ ଗୁରୁବାର ରାତି ସୁଦ୍ଧା ୪୦ ଶ୍ରମିକଙ୍କୁ ଟନେଲ ଭିତରୁ ଉଦ୍ଧାର କରାଯାିବା ନେଇ ସୂଚନା ଦେଇଚନ୍ତି ଜିଲ୍ଲା ମାଜିଷ୍ଟେଟ୍ ।

ସେହିଭଳି ଉତ୍ତରକାଶୀରେ ଗତ ୧୫ ଦିନ ମଧ୍ୟରେ ୨ୟ ଥର ଭୂକମ୍ପ ଝଟ୍‌କା –
ସୂଚନା ଦେବାବେଳେ ଜିଲ୍ଲା ବିପର‌୍ୟ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପାଟୱାଲ କହିଛନ୍ତି ଯେ ଏହି ଭୂକମ୍ପ ସମ୍ପର୍କରେ ଜିଲ୍ଲାର ସମସ୍ତ ତହସିଲରୁ ସୂଚନା ନିଆଯାଇଛି। ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରର କ୍ଷୟକ୍ଷତିର ଖବର ଆସିନାହିଁ। ଏହା ଜଣା ଯେ, ନଭେମ୍ବର ୩ ରେ ଉତ୍ତରପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ନେପାଳରେ ଥିଲା । ଗତକାଲି ରାତିରେ ମଧ୍ୟ ରେକ୍ଟର ସ୍କେଲରେ ୩.୧ ତ୍ରିବତାରେ ଭୂକମ୍ଫ ଅନୁଭୂତ ହୋଇଛି ।

Leave a Reply

Your email address will not be published. Required fields are marked *