Pratidin TV

Odisha's Digital News Platform

ରାତିରେ ଭାତ ଖାଉଛନ୍ତି କି ସାବଧାନ ! ଶରୀରରେ ବଢିଥାଏ ୟୁରିକ୍ ଏସିଡ୍ , ଦେଖାଯାଏ ଏସବୁ ସମସ୍ୟା …

1 min read

ନୂଆଦିଲ୍ଲୀ : ରାତି ଭୋଜନରେ ଭାତ ଖାଉଛନ୍ତି କି ! ତେବେ ଆଜିହିଁ ବଦଳାନ୍ତୁ ନିଜ ଅଭ୍ୟାସ । ନଚେତ୍ ଆପଣଙ୍କ ଶରୀରରେ ବଢିପାରେ ୟୁରିକ୍ ଏସିଡ୍ । ଦେଖାଇପାରେ ଅନେକ ମାରାତ୍ମକ ସମସ୍ୟା । ଆଜିକାଲି ୟୁରିକ୍ ଏସିଡ୍ ରୋଗୀ ସଂକ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଅତ୍ୟଧିକ ପ୍ୟୁରିନ ଯୁକ୍ତ ଖାଦ୍ୟ ଶରୀରରେ ୟୁରିକ୍ ଏସିଡ୍ ବଢାଇ ଥାଏ । ଯାହା ଶରୀରରେ ଗଣ୍ଟି ଯନ୍ତ୍ରଣା , ଫୁଲା ,ଝିମଝିମ୍ ହେବା ଏବଂ ଆର୍ଥ୍ରାଇଟିସ୍ ସମସ୍ୟା ସୃଷ୍ଟି କରିଥାଏ । ଏଭଳି ପରିସ୍ଥିତିରେ ଉଚ୍ଚ ପ୍ୟୁରିନ୍ ଡାଏଟ୍ ଖାଇବା ଠାରୁ ଦୂରେଇ ରହିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଏପରି ପରିସ୍ଥିତିରେ ଚାଉଳ କୁ ନେଇ ଅନେକଙ୍କ ମନରେ ସନ୍ଦେହ ସଋଷ୍ଟି ହୋଇଥାଏ । ଯେ ଏହା ଶରୀରରେ ୟୁରିକ୍ ଏସିଡ୍ ବଢାଏ ନା ନାହିଁ ?

ତେବେ ଆପଣଙ୍କୁ ଜଣାଇବା ପାଇଁ କହିରଖୁଛୁ ଯେ ଚାଉଳରେ ବହୁ ପରିମାଣରେ କାର୍ବୋହାଇଡ୍ରେଟ୍ ଥାଏ । ଏବଂ ଏଥିରେ ଅଧିକ ର୍ଷ୍ଟାଚ୍ ମଧ୍ୟ ଥାଏ । ତେବେ ୟୁରିକ୍ ଏସିଡ୍ ସମସ୍ୟାରେ ଚାଉଳ ଖାଇବେ କି ନାହିଁ ! ଯଦି ଖାଇବେ କେଉଁ ସମୟରେ ଖାଇବେ ?

Advertisement

ୟୁରିକ୍ ଏସିଡ୍ ଆମ ଶରୀରରେ ହେଉଥିବା ଏକ ବିଷାକ୍ତ ପଦାର୍ଥ। ଯାହା ପ୍ୟୁରିନ୍ ଡାଏଟ୍ ର ଅଧିକ ମାତ୍ରାରେ ଗ୍ରହଣ ହେତୁ ବଢିଥାଏ। ଯଦି ପରିସ୍ରା ମାଧ୍ୟମରେ ଶରୀରରୁ ବାହାରୁଥିବା ଏହି ବର୍ଜ୍ୟବସ୍ତୁ ବାହାରକୁ ବାହାରିବାରେ ସକ୍ଷମ ହୁଏ ନାହିଁ, ତେବେ ଏହା ଅତ୍ୟନ୍ତ କ୍ଷତିକାରକ ବୋଲି ପ୍ରମାଣିତ ହୁଏ । ଯେତେବେଳେ ଆମ ଶରୀରରେ ୟୁରିକ୍ ଏସିଡ୍ ର ସ୍ତର ବଢେ, ଆର୍ଥ୍ରାଇଟିସ୍ ହେବାର ଆଶଙ୍କା ମଧ୍ୟ ବଢିଯାଏ। ଆର୍ଥ୍ରାଇଟିସ୍ ସମସ୍ୟା ହେତୁ ପାଦ ଏବଂ ହାତର ଗଣ୍ଠି ଏବଂ ଆଙ୍ଗୁଠିରେ ବହୁତ ଯନ୍ତ୍ରଣା ଏବଂ ଫୁଲା ଦେଖାଯାଏ।

ତେବେ ଏଭଳି ସମସ୍ୟା ଦେଖାଦେଉଥିଲେ ଆପଣ ଚେଷ୍ଟା କରିବେ ଯେ ରାତି ସମୟରେ ଭାତ ନଖାଇବା ପାଇଁ । ରାତିରେ ଭାତ ଖାଇ ଅଧିକ ସମୟ ଶୋଇବା କ୍ଷେତ୍ରରେ ୟୁରିକ୍ ଏସିଡ୍ ବଢିଥାଏ । ଯାହା ମଣିଷ ଶରୀରରେ ସମସ୍ୟା ସୃଷ୍ଟି କରିଥାଏ ।

Leave a Reply

Your email address will not be published. Required fields are marked *