Pratidin TV

Odisha's Digital News Platform

ଚିଆ ସିଡ୍ ପିଉଥିଲେ ସାବଧାନ ! ମାତ୍ରାଧିକ ସେବନ ଶରୀର ପାଇଁ କ୍ଷତିକାରକ , ଏହିସବୁ ରୋଗୀ ଚିଆ ସିଡ୍‌ରୁ ରୁହନ୍ତୁ ଦୂରେଇ…

1 min read

ଚିଆ ସିଡ୍ ବା ଓଡିଆରେ ନଣ୍ଡା ବଗୁଲି ମଞ୍ଜି ଏହାକୁ ଆପଣମାନେ ସମସ୍ତେ ପ୍ରାୟ ଜାଣିଥିବେ । କାରଣ ଏହା ମଣିଷ ଶରୀରର ପାଇଁ ଖୁବ୍ ଉପକାରୀ । ଛୋଟ ଛୋଟ ଦେଖାଯାଉଥିବା ଏହି ମଞ୍ଜି ଭରପୁର ଶକ୍ତି ପ୍ରଦାନକାରୀ ଅଟେ । ଏଥିରେ ପ୍ରୋଟିନ୍ , କାର୍ବୋହାଇଡ୍ରେଟ୍ ,କପର୍‌,ପୋଟାସିୟମ୍‌,ଜିଙ୍କ୍‌,ମାଙ୍ଗାନିଜ୍ ,ଓମେଗା-୩,ଫ୍ୟାଟି ଏସିଡ୍ ,ଫାଇବର ଏବଂ ଅନ୍ୟାନ ଭିଟାମିନ୍ସ ପରି ପୋଷକ ତତ୍ୱ ଭରପୁର ମାତ୍ରାରେ ରହିଛି । ସମୟ ସହ ଲୋକମାନେ ଏହା ମହତ୍ୱ ଏବଂ ଆବଶ୍ୟକତାକୁ ବୁଝିଛନ୍ତି । ଏବଂ ନିଜର ଦୈନନ୍ଦିନ ଜୀବନରେ ଏହାକୁ ବ୍ୟବହାର ମଧ୍ୟ କରୁଛନ୍ତି ।

କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏହାର ମାତ୍ରାଧିକ ସେବନ ମଣିଷ ଶରୀର ପାଇଁ କ୍ଷତିକାରକ ସାବସ୍ତ୍ୟ ହୋଇପାରେ । ତେବେ ଚାଲନ୍ତୁ ଜାଣିବା କେଉଁ ମାନେ ଏହାକୁ ସେବନ କରିବା ଉଚିତ୍ ବା ଏହାକୁ ସେବନ କରିବାର ସଠିକ୍ ପ୍ରଣାଳୀ ।

Advertisement

ହଜମ ଶକ୍ତିରେ ସମସ୍ୟା- ଯଦି ଆପଣ ନିଜେ ଦୈନନ୍ଦିନ ଜୀବନରେ ଆବଶ୍ୟକତାଠାରୁ ଅଧିକ ଚିଆ ସିଡ୍ ସାମିଲ କରୁଛନ୍ତି । ତେବେ ଏହା ଆପଣଙ୍କ ହଜମ୍ ଶକ୍ତି ଉପରେ ପ୍ରଭାବ ପକାଇଥାଉ । ବା ହଜମରେ ସମସ୍ୟା ସୃଷ୍ଟି କରିଥାଏ ।

ଡାଇବେିସ୍ ରୋଗୀ- ଏହା ଡାଇବେଟିସ ରୋଗୀମାନଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ । ଏହା ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ଶର୍କରା ସ୍ତରରେ ପରିବର୍ତ୍ତନ ଆଣିଥାଏ । ତେଣୁ ଡାଇବେଟିସ୍ ରୋଗୀମାନେ ଏହାକୁ କମ୍ ମାତ୍ରାରେ ସେବନ କରିବା ଉଚିତ୍ । ତେବେ ଡାଇବେଟିକ୍ ରୋଗୀମାନେ ଏହାକୁ ସିଧା ସଳଖ ନ ପିଇ ସାଲାଡ୍ ଓ କେକ୍ ମାଧ୍ୟମରେ ଖାଇପାରିବେ ।
ଉଚ୍ଚ ରକ୍ତ ଚାପ (ହାଇ ବ୍ଲଡ୍ ପ୍ରେସର)– ଯଦି ଆପଣ ହାଇ ବ୍ଲଡ ପ୍ରେସର ରୋଗୀ ବା ଏଥି ନିମନ୍ତେ ଔଷଧ ଖାଉଥାନ୍ତି ତେବେ ଚିଆ ସିଡ୍ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ଚିଆ ସିଡ୍‌ରେ ଓମେଗା-୩ ଫ୍ୟାଟି ଏସିଡ୍ ଥାଏ ଯାହା ରକ୍ତକୁ ପତଳା କରିଥାଏ ।

Leave a Reply

Your email address will not be published. Required fields are marked *