Pratidin TV

Odisha's Digital News Platform

ଅପରାହ୍ନ ୧୨ଟାରେ ମୁଖ୍ୟ ନିର୍ବାଚନ କମିଶନର ଡାକିଛନ୍ତି ସାମ୍ବାଦିକ ସମ୍ମିଳନୀ, କରିପାରନ୍ତି ୫ଟି ରାଜ୍ୟର ନିର୍ବାଚନୀ ତାରିଖ ଘୋଷଣା..

1 min read

୫ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଆଜି ଘୋଷଣା ହେବାକୁ ଯାଉଛି । ନୂଆଦିଲ୍ଲୀରେ ପ୍ରେସ୍ କନ୍‌ଫରେନ୍ସ କରି ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିଶନର । ଚଳିତବର୍ଷ ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ , ରାଜସ୍ଥାନ, ଓ ତେଲେଙ୍ଗାନା ପାଇଁ ତାରିଖ ଘୋଷଣା କରାଯିବ । ଆଜି ଅପରାହ୍ନ ୧୨ଟା ବେଳେ ସାମ୍ବାଦିକ ସମ୍ମିଳନୀ କରିବେ ନିର୍ବାଚନ ଆୟୋଗ । ଏଥିରେ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କୁହାଯାଉଛି । ନଭେମ୍ବରର ଦ୍ୱିତୀୟ ସପ୍ତାହରୁ ଡିସେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ମତଦାନ ହୋଇପାରେ । ଡିସେମ୍ବର ୧୫ ସୁଦ୍ଧା ଫଳାଫଳ ପ୍ରକାଶ କରାଯାଇ ପାରେ ବୋଲି କୁହାଯାଉଛି । ଏହା ବ୍ୟତୀତ ସୁରକ୍ଷା ଓ ଶାନ୍ତିଶୃଙ୍ଖଳାକୁ ବିଶେଷ ଦୃଷ୍ଟି ଦିଆଯିବ । ମିଜୋରାମରେ ଆସନ୍ତା ଡିସେମ୍ବର ୧୭ରେ ବିଧାନସଭା କାର୍ଯ୍ୟକାଳ ପୂରୁଛି । ସେହିପରି ତେଲଙ୍ଗାନା, ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଜାନୁଆରୀ ସୁଦ୍ଧା ବିଧାନସଭା କାର୍ଯ୍ୟକାଳ ପୂରୁଛି । ପୂର୍ବରୁ ନିର୍ବାଚନ ନେଇ ନିର୍ବାଚନ କମିଶନ ପର୍ଯ୍ୟବେକ୍ଷକଙ୍କ ସହ ବୈଠକରେ ଆଲୋଚନା କରିସାରିଛନ୍ତି ।

ପୋଲିସ, ସାଧାରଣ ବ୍ୟବସ୍ଥା ଓ ପର୍ଯ୍ୟବେକ୍ଷକଙ୍କ ଖର୍ଚ୍ଚ ଆଦି ସମ୍ପର୍କରେ ଆଲୋଚନା ହୋଇଛି । ନିର୍ବାଚନ ଆଚରଣ ବିଧି ଯେପରି ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବ ସେଥିଲାଗି ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନ । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଏହା ପୂର୍ବରୁ ଗତ ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟବେକ୍ଷକଙ୍କ ଏକ ବୈଠକ ବସିଥିଲା ।

Advertisement

Leave a Reply

Your email address will not be published. Required fields are marked *