Pratidin TV

Odisha's Digital News Platform

ବାଜିଲା ଜମ୍ମୁ-କାଶ୍ମୀର ଓ ହରିୟାଣାରେ ନିର୍ବାଚନୀ ବିଗୁଲ , ଘୋଷଣା ହେଲା ତାରିଖ ..

1 min read

ସବୁ କଳ୍ପନା ଜଳ୍ପନା ର ହେଲା ଅନ୍ତ । ଧାରା ୩୭୦ ହଟାଇବା ପରେ ପ୍ରଥମଥର ଜମ୍ମୁ-କଶ୍ମୀରରେ ହେବ  ବିଧାନସଭା ନିର୍ବାଚନ । ଘୋଷଣା ନିର୍ବାଚନ ତାରିଖ ।  ଜମ୍ମୁ କଶ୍ମୀରରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୫ରେ ଅନୁଷ୍ଠିତ ହେବ। ତୃତୀୟ ପର୍ଯ୍ୟାୟ ଭୋଟ ଅକ୍ଟୋବର ୧ରେ ଅନୁଷ୍ଠିତ ହେବ ଏବଂ ଭୋଟ ଗଣନା ଅକ୍ଟୋବର ୪ରେ କରାଯିବ।

ଏଠାରେ ସମସ୍ତ ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ଏହା ସହିତ ସମସ୍ତ ମତଦାନ କେନ୍ଦ୍ରଗୁଡ଼ିକ ମଧ୍ୟ ସିସିଟିଭି କ୍ୟାମେରା ଦ୍ୱାରା ତଦାରଖ କରାଯିବ। ହରିୟାଣାରେ ଅକ୍ଟୋବର ୧ରେ ସମସ୍ତ ୯୦ ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏଠାରେ ମଧ୍ୟ ଅକ୍ଟୋବର ୪ରେ ଭୋଟ ଗଣନା ହେବ । ଅର୍ଥାତ୍‌ ଜମ୍ମୁ କଶ୍ମୀର ଏବଂ ହରିୟାଣା ବିଧାନସଭା ପାଇଁ ଦିଆଯାଇଥିବା ଭୋଟର ଫଳାଫଳ ସେହି ଦିନ ଅକ୍ଟୋବର ୪ରେ ଆସିବ। ୧୦ବର୍ଷ ପରେ ଏଠାରେ ନିର୍ବାଚନ ହେବାକୁ ଯାଉଛି।୩୭୦ ହଟିବା ପରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଛି। ଏହା ପୂର୍ବରୁ ରାଜ୍ୟର ଆସନ ସଂଖ୍ୟା ସ୍ଥିର ହୋଇଛି। ୮୬ ଲକ୍ଷ ଭୋଟର ମୋଟ ୯୦ଟି ଆସନ ପାଇଁ ଭୋଟ ଦେବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *