Pratidin TV

Odisha's Digital News Platform

(ଭିଡିଓ) ମଜା ଉଠାଇବେ ପର୍ଯ୍ୟଟକ,ବୌଦ୍ଧର ଡମ୍ବରୁଗଡ ଠାରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଇକୋ ଟୁରିଜିମ

1 min read

ବୌଦ୍ଧ: ପ୍ରଥମ ଥର ପାଇଁ ବୌଦ୍ଧରେ ଆରମ୍ଭ ହେଲା ଇକୋ ଟୁରିଜିମ୍ । ତାଳସରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ମ୍ବରୁଗର୍ଡ ସିଦ୍ଧଗୁରୁ ମଠ ଠାରେ ଜଙ୍ଗଲ ବିଭାଗ ପକ୍ଷରୁ ନିର୍ମିତ ନିସର୍ଗ ଶିବିର ନାମରେ ନାମିତ ହୋଇଛି ଇକୋ ଟୁରିଜିମ୍ ଓ ୱାଚ୍ ଟାୱାର ଉଦ୍ଘାଟିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ପାନୀୟ ଜଳ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ , କଣ୍ଟାମାଳ ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହିଧର ରଣା,ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ନୃସିହଚରଣ ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ବୌଦ୍ଧ ଶ୍ରୀଯୁକ୍ତ ରାଜ ପ୍ରାସାଦ, ଜିଲ୍ଲା ଜଙ୍ଗଲ ଅଧିକାରୀ ଶ୍ରୀଯୁକ୍ତ ଦେବପ୍ରିୟ କମ୍ପ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜିଲ୍ଳାର ଅଗ୍ରଣୀ ସ୍ୱୟଂ ସହାୟକ ଗୋଷ୍ଟୀ ଓ ବନସମିତି ଦ୍ୱାରା ପ୍ରସ୍ତୁତ ଜିଆ ଖତ, ବାଉଁଶରେ ପ୍ରସ୍ତୁତ ବିଭିନ୍ନ ଘର କରନା ସାମଗ୍ରି, ବିଭିନ୍ନ ପ୍ରକାର ଡାଲି, ହରିଡା ବାହାଡା ଅଁଳା, ପତ୍ର ଖଲି ଦନା ଆଦି ଜଙ୍ଗଲ ଜାତ ଦ୍ରବ୍ୟ, ଫିନାଇଲ ଆଦିର ଷ୍ଟଲ୍ ଲାଗିଥିଲା । ବନପାଲ ଅଜିତ ଆଚାର୍ଯ୍ୟ , ଫରେଷ୍ଟ ଗାର୍ଡ ପ୍ରଦୀପ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେଏହି କାର୍ଯକ୍ରମକୁ ସଫଳ କରଯାଇଛି ।

Advertisement

Leave a Reply

Your email address will not be published. Required fields are marked *