Pratidin TV

Odisha's Digital News Platform

(ଭିଡିଓ)ଚର୍ଚ୍ଚିତ ଅର୍ଚ୍ଚନା ନାଗ୍ ମାମଲା : ପ୍ରମାଣ ପାଇଲା ଇଡି , ଗିରଫ୍ ହେଲା ସ୍ୱାମୀ ଜଗବନ୍ଧୁ

1 min read

ଭୁବନେଶ୍ୱର : ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ମାମଲାରେ ଆସିଛି ଭିନ୍ନ ମୋଡ । ଶେଷରେ ଖୋଲିଛି ଲେଡିବ୍ଲାକମେଲର ଅର୍ଚ୍ଚନା ନାଗ୍ ସ୍ୱାମୀ ଜଗବନ୍ଧୁର ଗୁମର । । ରିମାଣ୍ଡ ଅବଧି ସରିବା ପରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଧଙ୍କୁ ଗିରଫ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଜଗବନ୍ଧୁର ରିମାଣ୍ଡ ଆଜି ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।ଦ୍ୱିତୀୟ ଥର ପାଇଁ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରୁଛି ଇଡି। ପ୍ରଥମେ ଇଡି ଅର୍ଚ୍ଚନା ଓ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଥିଲା।

ମନିଲଣ୍ଡରିଂ ମାମଲାରେ ପ୍ରମାଣ ମିଳିବା ପରେ ଇଡି ଜଗବନ୍ଧୁଙ୍କୁ ଗିରଫ୍ କରିବା ସହ ୫ ଦିନ ପାଇଁ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରିଛି ।

ଇଡି ଜଗବନ୍ଧୁଙ୍କୁ ୯ଦିନ ରିମାଣ୍ଡରେ ନେଇଥିବା ବେଳେ ସେହିପରି ଅର୍ଚ୍ଚନା ନାଗଙ୍କୁ ଦ୍ୱିତୀୟ ଥର ପାଇଁ ୬ଦିନିଆ ରିମାଣ୍ଡରରେ ନେଇଥିଲା। ଉଭୟଙ୍କୁ ମୁହାଁମୁହିଁ ବସାଇ ଇଡି ଜେରା କରିଥିଲା। ସେହି ସମୟରେ ନାଗ ସାମ୍ରାଜ୍ୟର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା ଇଡିରେ ହାଜର ହୋଇଥିଲେ। ତାଙ୍କୁ ମଧ୍ୟ ଇଡି ନାଗ-ଚାନ୍ଦ ଦମ୍ପତିଙ୍କ ସମ୍ମୁଖରେ ଜେରା କରିଥିଲା। ଏହି ସମୟରେ ଅନେକ କିଛି ତଥ୍ୟ ଇଡି ହାତରେ ଲାଗିଛି। ଏହା ସହ ଡିଜିଟାଲ୍ ପ୍ରମାଣ, ଯେପରି ମୋବାଇଲ୍, ସିସିଟିଭି ଏସବୁକୁ ତଦନ୍ତ ପରିସରକୁ ନେଇ ଯାଞ୍ଚ କରିଛି। ।

ତେବେ ଜଗବନ୍ଧୁର ସବୁ ଗୁମର ଫିଟିବା ପରେ ଦେଖିବା ବାକି ରହିଲା ଯେ ରାଜ୍ୟ ବ୍ୟାପି ଚର୍ଚ୍ଚିତ ମାମଲାରେ ଆଉ କଣ ନୂଆ ମୋଡ ଆସୁଛି । ଆଉ କେଉଁମାନେ ଏଥିର ସମ୍ପୃକ୍ତି ଅଛନ୍ତି । ଜଗବନ୍ଧୁ ଗିରଫ ପରେ ପୁଣି ଥରେ ରାଜଧାନୀରେ ହଇଚଇ ଖେଳିଯାଇଛି । କାରଣ ଏହି ଦୁଇ ଦମ୍ପତ୍ତିଙ୍କର ଅନେକ ବଡ ବଡୁଆଙ୍କ ସହ ଲିଙ୍କ୍ ଥିଲା ।ଏମାନେ ଗିରଫ୍ ହେବା ପରେ ସେମାନଙ୍କ ପୋଲ ଖୋଲିବା ନେଇ ଛାନିଆ ପସିଛି ଅନେକଙ୍କ ମନରେ ।

Leave a Reply

Your email address will not be published. Required fields are marked *