Pratidin TV

Odisha's Digital News Platform

ପୂର୍ବତ୍ତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ : ୩କୋଟି ୯୨ ଲକ୍ଷ ଆଟାଚ୍ କଲା ଇଡି

1 min read

ଭୁବନେଶ୍ୱର :୨୦୧୪ ମସିହାରେ ସି-ସୋର ଚିଟ୍ ଫଣ୍ଡ କେସ୍‌ରେ ଫସିଥିବା କଟକ ଚୌଦାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ନିଜକୁ ନିର୍ଦ୍ଧୋଶ ପ୍ରମାଣ କରିପାରିନାହାନ୍ତି । ଏନେଇ ଆଜି ପ୍ରଭାତ ବିଶ୍ୱାଳଙ୍କ ସଂପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ । ତେବେ ମନି ଲଣ୍ଡରିଂ ଆକ୍ଟ ଅନୁସାରେ ସମ୍ପତ୍ତିକୁ ଆଟାଚ କଲେ ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ(ଇଡି) । ସୂଚନା ମୁତାବକ ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥା ଜରିଆରେ ଟଙ୍କାଗୁଡିକୁ ଆଦାୟ କରାଯାଇଥିଲା । ତେବେ ଆର୍‌ବିଆଇ ଓ ଏନ୍‌ଏସ୍‌ଇଆଇଙ୍କ ଉପରେ ମଧ୍ୟ ବିନା ଅନୁମତିରେ ସଂସ୍ଥା ଖୋଲିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସେହିପରି ପ୍ରଭାତଙ୍କ କଟକ ଏସ୍‌ବିଆଇ ରେ ଥିବା ୨୫ ଲକ୍ଷ ବ୍ୟାଙ୍କ ବାଲାନ୍ସ ସହ ଉତ୍ତରପ୍ରଦେଶ ନୋଏଡାରେ ଥିବା ଜ୍ଞ/ଗ୍ଦ ମିଡିଆ ଗ୍ରୁପ କନସଲଟାଣ୍ଟସ ପ୍ରାଇଭେଟ ଲିମିଟେଡ ସମ୍ପତ୍ତିକୁ ମଧ୍ୟ ଆଟାଜ୍ କରିଛି ଇଡି । ମୋଟ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି କୁ ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ । ୨୦୧୪ ରୁ ମାମଲା ଆରମ୍ଭ ହୋଇଥିଲା , ତେବେ ସିବିଆଇ ଚାର୍ଟସିଟ ଦଖଲ କରିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଇଡି ।

ସେହିପରି ଆଜିର ଏହି ମାମଲାରେ ନିଜର ପ୍ରତିକ୍ରିୟା ରଖି ପ୍ରଭାତ ବିଶ୍ୱାଳ କହିଛନ୍ତି ଯେ ‘ମୋର ୩ କୋଟି ୯୨ ହଜାର ଟଙ୍କା ଋଣ ଅଛି’ା ଘର କରିବାକୁ ୧ କୋଟି ୧୫ ଲକ୍ଷ ଟଙ୍କା ଆଣିଥିଲି ।ତେବେ ଋଣ ଟଙ୍କାରୁ ୨୫ ଲକ୍ଷ ଟଙ୍କା ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ।ଆଉ ମଧ୍ୟ ଜାମିନ ବେଳେ ୨୫ ଲକ୍ଷ ଡିପୋଜିଟ କରିବାକୁ କୁହାଯାଇଥିଲା । ବୋଧହୁଏ ସେହି ୨୫ ଲକ୍ଷ ଟଙ୍କା ଆଟାଚ୍ କରାଯାଇଛି । ଏହା ଏକ ଜମିଜମା ସଂପର୍କିତ ମାମଲା,ଏହାକୁ କୋର୍ଟରେ ପ୍ରମାଣ କରିବି । ଏହାପରେ ପ୍ରଭାତ ବିଶ୍ୱାଳଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଶ୍ୱାଳ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଯେ ୨୦୧୪ ରେ ତାଙ୍କ ନାରେ ଏକ ଜମି ଥିଲା । ସେହି ଜମିକୁ ବିଶ୍ୱାଳ ପରିବାର ସି-ସୋର କମ୍ପାନୀକୁ ୨୫ ଲକ୍ଷରେ ବିକିଥିଲେ । ଗତକାଲି ଇଡି ପକ୍ଷରୁ ଏକ ଚିଟ୍ଠି ଆସିଥିଲା ୨୫ ଲକ୍ଷ ଟଙ୍କାକୁ ନେଇ ।କିନ୍ତୁ ଆଜି ଯେଇଁ ୩ କୋଟି ୯୨ ଲକ୍ଷ କଥା ଉଠୁଛି ତାହା ଆମେ ଜାଣିନୁ ।

Leave a Reply

Your email address will not be published. Required fields are marked *