Pratidin TV

Odisha's Digital News Platform

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତ ED ନିର୍ଦ୍ଦେଶକ ରାହୁଲ ନବୀନ

1 min read

ଆଜିଠାରୁ ୩ ଦିନିଆ ଗସ୍ତରେ ଆସିବେ ED ନିର୍ଦ୍ଦେଶକ ରାହୁଲ ନବୀନ | ପ୍ରଥମ ଥର ପାଇଁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ | ଆଜି ସନ୍ଧ୍ୟା ସମୟରେ ଭୁବନେଶ୍ୱରସ୍ଥିତ ବିମାନ ବନ୍ଦରରେ ପହଞ୍ଚିବା ପରେ ପୁରୀ ଗସ୍ତ କରିବେ । ପୁରୀରେ ରାତ୍ରିଯାପନ କରିବା ସହିତ ବୁଧବାର ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି ।

ଏହାପରେ ନିର୍ଦ୍ଦେଶକ କଟକ ଆସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି। ପରେ ସେ ଭୁବନେଶ୍ୱରରେ ଥିବା ଇଡି ଅଫିସକୁ ଆସି ଏକାଧିକ ପୁରୁଣା ମାମଲାର ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁନେଇ ଆଲୋଚନା କରିପାରନ୍ତି ଇଡି ନିର୍ଦ୍ଦେଶକ। ଏନେଇ ବରିଷ୍ଠ ଅଧିକାରୀଙ୍କ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଆଲୋଚନା କରିପାରନ୍ତି |

Advertisement

Leave a Reply

Your email address will not be published. Required fields are marked *