Pratidin TV

Odisha's Digital News Platform

ଅର୍ଚ୍ଚନାର ନାଗଫାଶ ଖୋଲିବ ଇଡି , ଏଥର ଧରାପଡିବେ ବଡ ବଡୁଆ !(ଭିଡିଓ)

1 min read

ଭୁବନେଶ୍ୱର : ରାଜଧାନୀର ଚର୍ଚ୍ଚିତ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା । ଗୋଟେ ପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟତ ଅନ୍ୟପଟେ ବଡ ବଡୁଆ । ଗୁମର ଖୋଲିବ ବଢିବ ବିପଦ । ଏବେ କଣ କରିବେ ଏହି ମାଷ୍ଟରମାଇଣ୍ଡ କପୁଲ ଅର୍ଚ୍ଚନା ଏବଂ ଜଗବନ୍ଧୁ । ଅକ୍ଟୋବର ୨ ଅର୍ଥାତ୍ ଆଜି ପ୍ରବର୍ତ୍ଥନ ନିର୍ଦ୍ଦେଶାଳୟ ଅର୍ଚ୍ଚନାଙ୍କ ସହ ୩ ସହଯୋଗୀଙ୍କ ନାରେ ମାମଲା ରୁଜ୍ଜୁ କରିଛି । ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ସାହୁ ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଇଡି ମାମଲା ରୁଜୁ କରିଛି। ଅର୍ଚ୍ଚନା ଲିଙ୍କରେ ସଂପୃକ୍ତ ଥିବା ଲୋକଙ୍କୁ ନୋଟିସ୍ କରିବ ଇଡି। ଏପରିକି ଅଭିଯୁକ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଖୋଳତାଡ଼ କରୁଛି ଇଡି।

ବ୍ଲାକମେଲର ଅର୍ଚ୍ଚନା ନାଗ। ରାଜଧାନୀରେ ଖୋଲିଥିଲା ରଙ୍ଗଶାଳା! ଚାକିରି ଦେବା ବାହାନାରେ ଯୁବତୀଙ୍କୁ ନିଜ ରଙ୍ଗଶାଳାରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି। ନେତା, ଫିଲ୍ମ ନିର୍ଦ୍ଦେଶ ଓ ବିଲ୍ଡରଙ୍କୁ ବ୍ଲାକମେଲ କରୁଥିଲେ। ଆଉ ସେଥିରୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲା। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍ ପୁଲିସ ରାତି ଅଧିଆ ଅର୍ଚ୍ଚନା ନାଗକୁ ଗିରଫ କରିଥିଲା। କିନ୍ତୁ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରି ଛାଡ଼ିଦେଇଥିଲା। ପରେ ସ୍ୱାମୀଙ୍କ ନାଁରେ ମାମଲା ହୋଇଥିଲା। ଏହା ପରେ ପୁଲିସ ତାକୁ ଗିରଫ କରିଥିଲା।

ଅନେକ ବାଦ ବିବାଦ ପରେଗତ ୨୭ ଅକ୍ଟୋବରରେ ଇଡି ହାତରେ ଲାଗିଥିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା । ଅର୍ଚ୍ଚନା ବିରୋଧରେ ହୋଇଥିବା ଦୁଇଟି ଯାକ ଏଫ୍ଆଇଆର କପି ଇଡି ହାତରେ ଲାଗିଥିଲା । କମିଶନରେଟ୍ ପୋଲିସ ପକ୍ଷରୁ ଏହି ଏଫ୍ଆଇଆର୍ କପିଗୁଡ଼ିକ ଇଡିକୁ ହସ୍ତାନ୍ତର କରାଯାଇଥିଲା । ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଦୁଇଟି ପୃଥକ ପୃଥକ FIR କପି ଇଡିକୁ ହସ୍ତାନ୍ତର କରିଥିଲା କମିଶନରେଟ ପୋଲିସ ।

ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ବିରୋଧରେ ନୟାପଲ୍ଲୀ ଥାନାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା କରିଥିବା ଏଫ୍ଆଇଆର କପି ଇଡିକୁ ଦିଆଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଅନ୍ୟ ପୀଡ଼ିତ ଯୁବତୀ ଦାଖଲ କରିଥିବା FIR ମଧ୍ୟ ଇଡି ନିକଟରେ ଦାଖଲ କରିଥିଲା ପୋଲିସ ।

ତେବେ ଇଡି ଦେଖାଇଥିବା ତତ୍ପରତାକୁ ବଜାୟ ରଖିପାରୁଛି କି ନାହିଁ ତାହା ଦେଖିବା ବାକି ରହିଲା । କେଉଁଠୁ ଆସିଲା ଏତେ ସମ୍ପତ୍ତି ? କିଏ ଏହାର ପ୍ରକୃତ ମାଲିକ ? ବ୍ୟାଙ୍କରେ ହୋଇଥିବା ଏତେ ଟଙ୍କାର କାରବାର ପଛରେ କେଉଁମାନଙ୍କର ହାତ ରହିଛି ?ଏତେ କମ୍ ଦିନରେ ଅର୍ଚନା ଏବଂ ଜଗବନ୍ଧୁ କିଭଲି ମାଷ୍ଟରମାଇଣ୍ଡ ପ୍ଲାନ କରିଥିଲେ । କେଉଁ ବଡ ବଡୁଆ ଦେଉଥିଲେ ଏସବୁ ଟଙ୍କା । ନା ୟା ପଛରେ ରହିଛି ଆଉ କିଛି ରହସ୍ୟ । ଯାହା ଜନସାଧାରଣଙ୍କ ସମସ୍‌ୁଖରେ ବାହାର କରିପାରିବ ଇଡି !

Leave a Reply

Your email address will not be published. Required fields are marked *