ଶାହାରୁଖ ଖାନଙ୍କ ଠାରୁ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିଲେ … ମନି ଲଣ୍ଡରିଂ ଅଭିଯୋଗ ରେ ଫସିଲେ…
1 min readଏବେ ଇଡି ଜାଲରେ ଏନସିବିର ପୂର୍ବତନ ଜୋନାଲ ଡାଇରେକଟର ସମୀର ୱାଖେଣ୍ଡେ | ଶନିବାର ଦିନ ଏଡି ସମୀର ନାଁ ରେ କେସ ରୁଜୁ କରିଛି | ସମୀର ୱାଖେଡେଙ୍କ ବିରୋଧରେ ପ୍ରଭେନସନ ଅଫ ମନି ଲଣ୍ଡ୍ରି ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି | ଏଥିପାଇଁ ଇଡି ତାଙ୍କ ସହ ଏହି ଘଟଣାରେ ସାମିଲ ହୋଇଥିବା ଅନ୍ୟ କେତେକ ଲୋକଙ୍କୁ ମଧ୍ୟ ସମନ ଜାରି କରିଛି |
ସରକାରୀ ସୂତ୍ରରୁ ପ୍ରକାଶ ଯେ ସୁପରଷ୍ଟାର ଶାହରୁଖ ଖାନଙ୍କ ପରିବାରରୁ ୨୫ କୋଟି ଟଙ୍କା ଲାଞ୍ଚ ଦାବିରେ ସିବିଆଇ ଏଫଆଇଆର କଗ୍ନିଜେସନ ନେଇ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମୁମ୍ବାଇର ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଖେଡେଙ୍କ ବିରୋଧରେ ଶନିବାର ଦିନ ଫେବୃଆରୀ ୧୦ ତାରିଖରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।ସମୀରଙ୍କୁ ଇଡି ଖୁବଶୀଘ୍ର ପଚରାଉଚରା ପାଇଁ ଡାକିପାରେ |
ଅନ୍ୟପଟେ ଏହି ମାମଲାରେ ଇଡି କିଛି ଲୋକଙ୍କୁ ପଚରାଉଚରା କରିସାରିଲେଣି | ଏବେ ଯେଉଁମାନେ ନିକଟକୁ ସମନ ଯାଇଛି ସେମାନଙ୍କ ମଧ୍ୟରୁ କିଛି ଏନସିବି ସହ ଲିଙ୍କ ଥିବା ଜଣା ପଡିଛି | ସିବିଆଇ ଟିମ ସମୀରଙ୍କ ସହ ଆଉ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି | ସୂଚନା ଅନୁସାରେ ଏମାନେ ଶହରୁଖ ଖାନ ଙ୍କ ପୁଅକୁ ଫସାଇବା ସହ ୨୫ କୋଟିର ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହୋଇଥିଲା | ପ୍ରଥମେ ୫୦ ଲକ୍ଷ କିସ୍ତି ନେଇଥିଲେ | କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ମାମଲା ରୁଜୁ ପରେ ସମୀରଙ୍କ ଘରେ ଦ୍ୱାରସ୍ଥ ହୋଇଥିଲେ | [ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହେଲା ପରେ, ଏଫଆଇଆର ଆଧାରରେ ଇଡି ମାମଲା ରୁଜୁ କରି ସମନ ଜାରି କରିଛି |