Pratidin TV

Odisha's Digital News Platform

ଇଡିରେ ୫ ଘଣ୍ଟା ଜେରା ହେଲେ ୟୁଟ୍ୟୁବର୍‌ ଏଲ୍‌ଭିଶ ଯାଦବ..

ପୁଣି ଅଡୁଆରେ ୟୁଟ୍ୟୁବର୍‌ ଏଲ୍‌ଭିଶ ଯାଦବ । ସାପ ବିଷ ଓ ମନି ଲଣ୍ଡରିଂ ମାମଲାରେ ଫସିଛନ୍ତି ଏଲ୍‌ଭିଶ ଯାଦବ । ଏବେ ପୁଣିଥରେ  ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିଛି।   ସାପ ବିଷ ମାମଲାରେ ଏଲଭିଶ ଟଙ୍କା କାରବାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପଚରାଉଚରା ପାଇଁ ଇଡି ତାଙ୍କୁ ସମନ କରିଥିଲା। ସେ ଆଜି  ଲକ୍ଷ୍ନୌ ଇଡିର ଜୋନାଲ ଅଫିସରେ ପହଞ୍ଚିଥିଲେ। ସେଠାରେ ଦୀର୍ଘ ୭ ଘଣ୍ଟା କାଳ ତାଙ୍କୁ ଇଡି ପଚରାଉଚରା କରିଛି।

ଇଡିର  ଜେରା  ପରେ ଏଲ୍‌ଭିଶ ବାହାରକୁ ଆସି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସେ ସେଠାରୁ ଚାଲି ଯାଇଛନ୍ତି। ଏହା ପୂର୍ବରୁ ଏଲଭିଶଙ୍କ ସାଙ୍ଗ ରାହୁଲ ଫାଜିଲପୁରିୟାଙ୍କୁ ମଧ୍ୟ ଏହି ମାମଲାରେ ଇଡି ଚେରା କରିସାରିଛି। ନଏଡାରେ ହୋଇଥିବା ରେଭ୍‌ ପାର୍ଟିରେ କେଉଁଠୁ ଟଙ୍କା ଆସିଥିଲା ତାକୁ ନେଇ ଇଡି ଯାଞ୍ଚ ଜାରି ରଖିଛି।ନୋଏଡାରେ ହୋଇଥିବା ରେଭ୍ ପାର୍ଟିରୁ ଯେଉଁ ନମୁନା ସଂଗ୍ରହ ହୋଇଥିଲା ତାକୁ ଯାଞ୍ଚ ପାଇଁ ଜୟପୁର ପରୀକ୍ଷାଗାରକୁ ପଠାଯାଇଥିଲା । ନମୁନାର ଏଫଏସଏଲ୍ ରିପୋର୍ଟରେ କୋବ୍ରା କ୍ରେଟ୍ ପ୍ରଜାତିର ସାପ ବିଷ ମିଳିଥିଲା । ଗତ ବର୍ଷ ନଭେମ୍ବରରେ ନୋଏଡା ପୁଲିସ ବଡ ଖୁଲାସାକରି ବିଗ୍ ବସ୍ ବିଜେତା ତଥା ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ସେ ସାପ ବିଷ ବିକିବା ସହ ରେଭ୍ ପାର୍ଟି ଆୟୋଜିତ କରୁଥିଲେ ଯେଉଁଥିରେ ଯୁବପିଢିମାନେ ସ୍ନେକ ବାଇଟ୍ ନେଉଥିଲେ ।

Leave a Reply

Your email address will not be published. Required fields are marked *