ଇଡି ଫାସରେ ଅର୍ଚ୍ଚନା – ଜଗବନ୍ଧୁ ! ପ୍ରଥମେ ଖୋଲିବ କାହାର ରାଜ୍ ?
1 min readଭୁୁବନେଶ୍ୱର : ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଏହି ଘଟଣାକୁ ୧୮ ଦିନ ବିତିଯାଇଥିଲେ ମଧ୍ୟ କୌଣସି ପ୍ରକାରର ପରିଣତି ନଜର ଆସିନଥିଲା । କିନ୍ତୁ ଆଜି ହଠାତ୍ ତରଭର ହୋଇଉଠିଛି ପ୍ରବର୍ତ୍ତନ ନିଦ୍ଦେର୍ଶାଳୟ । ରହସ୍ୟମୟୀ ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗ ଏବଂ ମାଷ୍ଟରମାଇଣ୍ଡ ସ୍ୱାମୀ ଜଗବନ୍ଧୁ ଗିରଫ୍ ମାମଲାରେ ବେଆଇନ ଆର୍ଥିକ କାରବାରର ତଦନ୍ତ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳୁଛି ଯେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୋଲିସକୁ F.I.R କପି ମାଗିଛି । ଯଦି ଇଡି ଏହି ମାମଲରେ ଖୋଳତାଡ୍ କରିବ । ତେବେ ଅର୍ଚ୍ଚନା –ଜଗବନ୍ଦୁଙ୍କ ଆକାଉଣ୍ଟକୁ ପ୍ରଥମେ ଟାଗେର୍ଟ କରିବ । ଯଦି ଇଡି ଏହି ଦୁଇ ମାଷ୍ଟର ମାଇଣ୍ଡ ସ୍ୱାମୀ-ସ୍ତ୍ରୀଙ୍କ ଆକାଉଣ୍ଟ ର ଖୋଳତାଡ୍ କରେ ତେବେ ତାଙ୍କ ସହ ଜଡିତ ସବୁ ବଡ ବଡୁଆଙ୍କ ଲିଙ୍କ୍ ମଧ୍ୟ ସାମ୍ନାକୁ ଆସିଯାଇପାରେ ।
ତେବେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ କେଉଁ ନେତା, ମନ୍ତ୍ରୀ, ଫିଲ୍ମ ପ୍ରଯୋଜକ, ଅଫିସ୍ର ଓ ବଡବଡ଼ିଆ ଲୋକମାନେ ଟଙ୍କା ପଠାଇଛନ୍ତି ତାହାର ଗୁମର ଖୋଲିବ। ଖୁବ୍ କମ୍ ଦିନ ଭିତରେ ଏହି ଦମ୍ପତ୍ତି କିପରି କୋଟି ପତି ହେଲେ ଓ ତାଙ୍କୁ କିଏ କାହିଁକି ଟଙ୍କା ଦେଇଛି ଇଡି ତଦନ୍ତ କରିବା ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
ସେହିପରି ଏହି କଳାହାଣ୍ଡିରୁ –କ୍ୟାପିଟାଲ ଲମ୍ବିଥିବା ଏହି ମାମଲାର ଲମ୍ବା ଚେରକୁ କାହିଁକି ପୋଲିସ ଖୋଳି ବାହରୁକରୁନାହିଂ ବୋଲି ପ୍ରଶ୍ନ ଉଠଇଛି ସାଧାରଣ ଜନତା । କଣ ପୋଲିସ ପାଖରେ ସେତିକି ସାମର୍ଥ୍ୟ ନାହିଁ ଯେ ଏହି ଦୁଇ ମାଷ୍ଟର ମାଇଣ୍ଡ ସ୍ୱାମୀ-ସ୍ତ୍ରୀଙ୍କ ସହ ବଡ ବଡୁଆଙ୍କ ପର୍ଦାଫାଶ କରିପାରିବ !ଯଦି ପୋଲିସ ଚାହିଁବ ତେବେ କୋର୍ଟ ପାଖରୁ ଅନୁମତି ଆଣି ଉଭୟଙ୍କ ବୟାନ ରେକର୍ଡ କରିବା ସମୟରେ lie detection test କରିପାରିବ । ଯାହାଦ୍ୱରା ଉଭୟ ସ୍ୱାମୀ ସ୍ତ୍ରୀ କହୁଥିବା ସତମିଛର ଖେଳ ଶେଷ ହେବା । ଏବଂ ପ୍ରକୃତ ସତ୍ୟ ଜଣାପଡିବ । କିନ୍ତୁ ସବୁ ଜାନିକି ମଧ୍ୟ ପୋଲିସ ଚୁପ୍ ।
କେଉଁମାନଙ୍କୁ ବ୍ଲାକ୍ ମେଲ୍ କରି ଏହି ଦୁଇ ଜଣ ବିଶାଳ ସାମ୍ରଜ୍ୟ ପ୍ରତିଷ୍ଠା କରିଛନ୍ତି, ସେନେଇ ଏ ପର୍ଯ୍ୟନ୍ତ ପୋଲିସ କିଛି ବି ସ୍ପଷ୍ଟ କରୁ ନ ଥିବା ବେଳେ ଇଡିର ହସ୍ତକ୍ଷେପ ଏବଏ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ ବୋଲି ଅନୁମାନ କରିଛି ଗଣମାଧ୍ୟମ ।