Pratidin TV

Odisha's Digital News Platform

ଜମି ବଦଳରେ ଚାକିରି ମାମାଲା : ବଢିଲା ଲାଲୁଙ୍କ ପାଇଁ ଅଡୁଆ , ୧୫ ଟି ସ୍ଥାନରେ ଚାଲିଛି ରେଡ୍

1 min read

ନୂଆଦିଲ୍ଲୀ : ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଇଡି ଚଢାଉ । ଜମି ବଦଳରେ ଚାକିରି ଦେବା ମାମଲାରେ ଶୁକ୍ରବାର ଇଡ ଆରଜେଡି ନେତା ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଚଢାଉ କରିଛି । ବିହାର, ଦିଲ୍ଲୀ ଏବଂ ଉତରପ୍ରଦେଶର ଅନେକ ସ୍ଥାନରେ ଇଡି ପକ୍ଷରୁ ଏହି ଚଢାଉ କରାଯାଇଛି । ଏଥିସହ ଲାଲୁଙ୍କ ସହଯୋଗୀ ତଥା ଆରଜେଡିର ପୂର୍ବତନ ବିଧାୟକ ଅବୁ ଦୋଜାନାଙ୍କ ବାସଭବନରେ ମଧ୍ୟ ଇଡି ଚଢାଉ କରିଥିବା ଜଣାପଡିଛି ।

Advertisement

ଏହି ମାମଲାକୁ ନେଇ ଏହାପୂର୍ବରୁ ସିବିଆଇ ସୋମବାର ପାଟନାରେ ରାବ୍ରି ଦେବୀଙ୍କ ଘରେ ପହଂଚି ପଚରାଉଚରା କରିଥିଲା । ଆରଜେଡି ସଭାପତି ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସିଙ୍ଗାପୁରରୁ କିଡନୀ ପ୍ରତିରୋପଣ ପରେ ଗତ ମାସରେ ଭାରତ ଫେରିଛନ୍ତି । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ ରେଳବାଇରେ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଉପରେ ଏହି ମାମଲା ପର୍ଯ୍ୟବେଶିତ ।

ସେ ସମୟରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ସଦସ୍ୟମାନଙ୍କୁ ଜମି ଉପହାର ଅଥବା ବିକ୍ରି କରି କେତେକ ପ୍ରାର୍ଥୀ ଚାକିରି ପାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଫେବ୍ରୁଆରି ୨୭ ତାରିଖ ଦିନ ଦିଲ୍ଲୀର ଏକ ଅଦାଲତ ଲାଲୁ ପ୍ରସାଦ ଯାଦବ, ରାବ୍‌ଡ଼ୀ ଦେବୀ ଏବଂ ଆଉ ୧୪ଜଣଙ୍କୁ ସମନ୍ ଜାରି କରିଥିଲେ।

Leave a Reply

Your email address will not be published. Required fields are marked *