Pratidin TV

Odisha's Digital News Platform

ଆଇଏଏସ ଅଫିସରଙ୍କ ଘରେ ପଶିଲା ଇଡି , ଜବତ ହେଲେ ୧୯ କୋଟି ଟଙ୍କାର ହୀରା ଓ ସୁନା..

1 min read

ଅବସରପ୍ରାପ୍ତ ଆଇଏଏସ ଅଫିସରଙ୍କ ଘରେ ପଶିଲା ଇଡି। ମିଳିଲା କୋଟି କୋଟି ଟଙ୍କାର ହୀରା ଓ ସୁନା ଅଳଙ୍କାର ।  ଏହି ପୂର୍ବତନ  ଆଇଏଏସ ଅଫିସର ହେଉଛନ୍ତି  ମହିନ୍ଦର ସିଂ।  ତାଙ୍କ ନାଁରେ 300କୋଟି ଟଙ୍କାର ହାଉସିଂ ସ୍କାମ ଅଭିଯୋଗ ରହିଛି। ରେଡ୍ ବେଳେ ତାଙ୍କ ଘରୁ ମିଳିଛି 7କୋଟି ଟଙ୍କାର ସୁନା ଅଳଙ୍କାର, 12 କୋଟି ଟଙ୍କାର ହୀରା ଏବଂ 1 କୋଟି ଟଙ୍କାର ନଗଦ ଟଙ୍କା। ସୂଚନା ଅନୁସାରେ, ଉତ୍ତରପ୍ରଦେଶରେ BSP ସରକାର ସମୟରେ ନୋଏଡା ଅଥୋରିଟିର ସିଇଓ ରହିଥିଲେ ମହିନ୍ଦର। ଏହାସହ ସେ ଗ୍ରେଟର ନୋଏଡା, ଯମୁନା ଅଥୋରିଟିର ଚେୟାରମ୍ୟାନ ମଧ୍ୟ ରହିଛନ୍ତି। ଯେତେବେଳେ ସୁପରଟେକ୍ ସ୍କାମ ଏବଂ ଅମରାପଲ୍ଲୀ ସ୍କାମ କଥା ସାମନାକୁ ଆସିଲା ସେହି ସମୟରେ ମହିନ୍ଦର ସିଂଙ୍କ ସମ୍ପୃକ୍ତି କଥା ଜଣାପଡ଼ିଥିଲା।

ଗତ କିଛି ଦିନ ମଧ୍ୟରେ ଚଣ୍ଡିଗଡ଼ ସମେତ ଦିଲ୍ଲୀ,ମିରଟ ଏବଂ ନୋଏଡା ବଳି 11 ସ୍ଥାନରେ ଚଢାଉ ହୋଇଛି। ଏହାରି ମଧ୍ୟରେ ଲୋଟସ-300 ପ୍ରୋଜେକ୍ଟ ସହ ଜଡିତ ଅଧିକାରୀଙ୍କ ସମ୍ପତ୍ତିର ଛାନଭିନ ଚଳାଇଛି ତଦନ୍ତକାରୀ ସଂସ୍ଥା। ଲୋଟସ-300 ପ୍ରକଳ୍ପରେ 300କୋଟି ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ ରହିଥିଲା। ଯାହାକୁ ନେଇ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ଇଡି। ଏହି ମାମଲାରେ ପୂର୍ବତନ ଆଇଏସଙ୍କ ବିଷୟରେ ଅଧିକ ଖୋଳତାଡ କରାଯାଉଛି। ମହିନ୍ଦର ସିଂଙ୍କ ସମେତ ଅନ୍ୟ ଅଫିସର ଓ ବିଲଡରଙ୍କ ନାଁ ଏହି କେଳେଙ୍କାରୀରେ ସାମିଲ ଥିବା ନେଇ ଅଭିଯୋଗ ରହିଛି। ଏହି ମାମଲାର ଖୋଳତାଡ ଜାରି ରହିଥିବାବେଳେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି।

Advertisement

Leave a Reply

Your email address will not be published. Required fields are marked *