Pratidin TV

Odisha's Digital News Platform

ଆପ୍ ନେତାଙ୍କ ଘରେ ପଶିଲା ଇଡି , ମୁଖ୍ୟମନ୍ତ୍ରୀଙ୍କ ସଚିବ ସାଂସଦ ଏନ୍‌ଡି ଗୁପ୍ତାଙ୍କ ସହ ୧୨ ନେତାଙ୍କ ଘରେ ଚଢାଉ…

1 min read

ବଢିଗଲା ଆପ୍ ନେତାଙ୍କର ଅଡୁଆ । ଏବେ ଆପ୍ ନେତାଙ୍କ ବିରୋଧରେ ଇଡି ନେଇଛି ବଡ଼ ଆକ୍ସନ । ମନିନଣ୍ଡରିଂ ମାମଲାରେ ଆମ ଆଦମି ପାର୍ଟିର ଅନେକ ନେତାଙ୍କ ଘରେ ରେଡ କରିଛି ଇଡି । ତା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଇଡି ଚଢାଉ କରିଛି । ଆମ୍ ଆଦମୀ ପାର୍ଟି ସଂସଦ ଏନ୍ ଡି ଗୁପ୍ତାଙ୍କ ଘରେ ମଧ୍ୟ ଇଡି ଚଢାଉ କରିଛି । ଏହାସହ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ସଦସ୍ୟ ସଲାଭ କୁମାରଙ୍କ ଘରେ ବି ଚଢଉ ଚାଲିଛି । ଦିଲ୍ଲୀରେ ଏଖାସାଙ୍ଗରେ ୧୨ଟି ସ୍ଥାନରେ ଚଢାଉ କରିଛି ଇଡି ।

ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ୫ ଥର ଇଡି ସମନ କରିବା ପରେ ମଧ୍ୟ ସେ ହାଜର ହୋଇନାହାନ୍ତି । ଏହାକୁ ନେଇ ଇଡି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ବୁଧବାର ମାମଲାର ଶୁଣାଣି ହେବ । ଦିଲ୍ଲୀ ସମେତ ବାରଣାସୀ ଏବଂ ଚଣ୍ଡିଗଡରେ କିଛି ସ୍ଥାନରେ ଚଢାଉ ଚାଲିଛି । ଏହି ରେଡ୍ ପରେ ଆପ୍ ର ନେତା ତଥା ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ଆତିଶୀ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ କୌଣସି ମାମଲାକୁ ନେଇ ଏହି ରେଡ୍ ହୋଇନି ବରଂ ଏହି ରେଡ୍ ପଛରେ ବିରୋଧୀଙ୍କ ହାତ ଅଛି ।

Advertisement

Leave a Reply

Your email address will not be published. Required fields are marked *