Pratidin TV

Odisha's Digital News Platform

ବଢିବାରେ ଲାଗିଛି ପେଟିଏମ୍ ପାଇଁ ଅଡୁଆ , ଏବେ କମ୍ପାନୀ ବିରୁଦ୍ଧରେ ତଦନ୍ତ କରିବ ଇଡି …

1 min read

ଦିନକୁ ଦିନ ପେଟିଏମ୍ ପାଇଁ ବଢିବାରେ ଲାଗିଛି ଅଡୁଆ । ଏବେ ଇଡିରେ ଜାଲରେ ଛନ୍ଦି ହୋଇଯାଇଛି ପେଟିଏମ୍ । ଏବେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ଯାଞ୍ଚ ଆରମ୍ଭ କରିଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଖବର ସାମ୍ନାକୁ ଆସିବା ପରେ ପେଟିଏମର ସେୟାର ଆହୁରି ତଳକୁ ଖସିଯାଇଛି ।

ମଙ୍ଗଳବାର ସୁଦ୍ଧା ପେଟିଏମର ପ୍ୟାରେଣ୍ଟ କମ୍ପାନୀ ୱାନ ୯୭ କମ୍ୟୁନିକେସନର ଶେୟାର ମୂଲ୍ୟ ଅଧାରୁ ତଳକୁ ଖସିଯାଇଛି । ଏହାରି ଭିତରେ ପୁଣି ଥରେ ଝଟକା ଲଗିଛି ପେଟିଏମ୍ । କାରଣ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୁଦ୍ଧରେ ଇଡି ତଦନ୍ତ ଆରମ୍ଭ କରିଛି । ଆଜି ପୁଣି ଥରେ ପେଟିଏମ୍ ର ଶେୟାର ୧୦ ପ୍ରତିଶତ ହ୍ରାସ ଘଟିଛି । ୱାନ ୯୭ କମ୍ୟୁନିକେସନ ଶେୟାର ମୂଲ୍ୟ ପ୍ରଥମ ଥର ଲାଗି ୩୫୦ ଟଙ୍କା ତଳକୁ ଖସିଛି । ଗତ ଅକ୍ଟୋବର ମାସରେ ପେଟିଏମର ଶେୟାର ମୂଲ୍ୟ ୭୬୧.୨୦ ଟଙ୍କା ଥିଲା ଏବଂ ଆଜି ଏହି ମୂଲ୍ୟ ୩୪୨.୧୫ ଟଙ୍କା ରହିଛି । ମଙ୍ଗଲବାର ପେଟିଏମର ଶେୟାର ମୂଲ୍ୟ ୪୦୦ ଟଙ୍କା ତଳକୁ ଖସିଥିବା ବେଳେ ଆଜି ୩୫୦ ଟଙ୍କା ତଳକୁ ଖସିଆସିଛି ।

Advertisement

Leave a Reply

Your email address will not be published. Required fields are marked *