Pratidin TV

Odisha's Digital News Platform

ଦିଲ୍ଲୀ ମଦ ଦୁର୍ନିତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଦ୍ୱିତୀୟ ଥର ପାଇଁ ସମନ ପଠାଇଲା ଇଡି…

1 min read

ମଦ ଦୁର୍ନିତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦ୍ୱିତୀୟ ଥର ପାଇଁ ସମନ ପଠାଇଲା ଇଡି । ପୂର୍ବରୁ ଡିସେମ୍ବେ ୨ରେ ଇଡି କେଜ୍ରିୱାଲଙ୍କୁ ଡକାଇଥିବା ବେଳେ ସେ ଏହାକୁ ବେଆଇନ ବୋଲି କହି ନୋଟିସ ପ୍ରତ୍ୟାହାର କରିବା ଦାବି କରିଥରଲେ । ଏବଂ ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର କରିବାରେ ବ୍ୟସ୍ତ ଥିବାରୁ ସେ ଇଡିରେ ହାଜର ହୋଇନଥିଲେ । କିନ୍ତୁ ଆଜି ପୁଣିଥରେ ଡିସେମ୍ବର ୨୧ ବା ଗୁରୁବାର ଦିନ ଇଡିରେ ହାଜର ହେବା ପାଇଁ କେଜ୍ରିୱାଲଙ୍କୁ ନୋଟିସ ଜାରୀ କରାଯାଇଛି । ତେବେ ଇଡି କେଜ୍ରିୱାଲଙ୍କୁ ଏମିତି ସମୟରେ ସମନ ପଠାଇଛି, ଯେତେବେଳେ କି, ସେ ବିପଶନ ପାଇଁ ଯାଉଛନ୍ତି । ଡିସେମ୍ବର ୧୯ରେ କେଜ୍ରିୱାଲ ବିପଶନ ପାଇଁ ଯାତ୍ରାରେ ବାହାରିବେ । ପ୍ରତ୍ୟେକ ବର୍ଷ ସେ ୧୦ ଦିନିଆ ଧ୍ୟାନ କୋର୍ସ କରିବା ପାଇଁ ଯାଆନ୍ତି । ଚଳିତ ବର୍ଷ ମଧ୍ୟ ସେ ଡିସେମ୍ବର ୧୯ରୁ ୩୦ ପର୍ଯ୍ୟନ୍ତ ବିପଶନରେ ରହିବେ ।

Leave a Reply

Your email address will not be published. Required fields are marked *