Pratidin TV

Odisha's Digital News Platform

ଇଡି ଚାର୍ଜସିଟ୍‌ରେ ଅର୍ଚ୍ଚନା କଳାସାମ୍ରାଜ୍ୟର କାହାଣୀ , ୫ ବର୍ଷ ପୂର୍ବେ ଏପରି ଆରମ୍ଭ କରିଥିଲା ..

ଭୁୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ୍ ମାମଲା । ଇଡି ଖୋଲିଛି କଳା ସାମ୍ରାଜ୍ୟର ବିକୃତ କାହାଣୀ । କେମିତି ୫ବର୍ଷ ପୂର୍ବେ ବ୍ଲାକମେଲିଂ ମାମଲାକୁ ରଫାଦଫା ପାଇଁ ନାଗ ଦମ୍ଫତିଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଥିଲା, ତା’ର ସବୁ ସତ ଚାର୍ଜସିଟ୍ରେ ଉଲ୍ଲେଖ କରିଛି ଇଡି।

ସୂଚନା ଅନୁସାରେ ୧୬ ନଭେମ୍ବର ୨୦୧୭ରେ ସିନେ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କ ଘରେ ଅର୍ଚ୍ଚନା ଏବଂ ଜଗବନ୍ଧୁ ରହୁଥିବାବେଳେ ଯୌନ ଶୋଷଣ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ ଅର୍ଚ୍ଚନା ନାଗ । ମହିଳା ଥାନାରେ ଏତଲା ପରେ ନାଗ ଦମ୍ପତିଙ୍କୁ ସିନେପ୍ରଯୋଜକ ୩୩ ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ରଫାଦଫା ହୋଇଯାଇଥିଲା ମାମଲା।

୩ଟି ପର୍ଯ୍ୟାୟରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ୩୩ ଲକ୍ଷ ଟଙ୍କା ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ, ଦ୍ୱିତୀୟରେ ୨୦ ଲକ୍ଷ ଏବଂ ତୃତୀୟ ପର୍ଯ୍ୟାୟରେ ୩ ଲକ୍ଷ ଟଙ୍କା ଜମା କରିଥିଲେ ପ୍ରମୋଦ। ଆଉ ସେପଟେ ବ୍ଲାକମେଲ ଟଙ୍କା କିପରି ଖଗେଶ୍ବର ବ୍ୟବହାର କରୁଥିଲେ ତାହାର ବି ପ୍ରମାଣ ଲାଗିଛି ଇଡି ହାତରେ । ୮ ଡିସେମ୍ବର ୨୦୧୭ରେ ଖଗେଶ୍ବରଙ୍କ କାର୍ ବିଜନେସ ବାବଦକୁ ଏଗ୍ରିମେଣ୍ଟ କରିବା ସହ ୧୦ ଲକ୍ଷ ଟଙ୍କା ଦେଇଥିବାର ପ୍ରମାଣ ପାଇଛି ଇଡି । ଯଦିଓ ଜେରା ବେଳେ ଅର୍ଚ୍ଚନା କିମ୍ବା ଜଗବନ୍ଧୁ ଏ ନେଇ କୌଣସି ତଥ୍ୟ ଦେଇନାହାନ୍ତି ହେଲେ ବ୍ୟାଙ୍କ ଷ୍ଟେଟମେଂଟ ଆଧାରରେ ଏହି ଘଟଣାର ଖିଅ ଖୋଜିଛି ଇଡି ।

Leave a Reply

Your email address will not be published. Required fields are marked *