Pratidin TV

Odisha's Digital News Platform

ଇଡି ରାର୍ଡରରେ ଆମ ଆଦମୀ ପାର୍ଟି, ଉପମୁଖ୍ୟମନ୍ତ୍ରୀ ପରେ ପଡିଲା ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ପାଳି..

1 min read

ନୂଆଦିଲ୍ଲୀ : ବିବାଦରେ ଛନ୍ଦି ହୋଇଗଲା ଆମ ଆଦମୀ ପାର୍ଟି । ଧୀରେ ଧୀରେ କରି ଇଡି ଜାଲରେ ପଡୁଛନ୍ତି ଆମ ଆଦମୀ ପାର୍ଟିର ସଦସ୍ୟ । ମଦ ଦୁର୍ନୀତି ମାମଲାରେ ମନ୍ତ୍ରୀ , ଉପମୁଖ୍ୟମନ୍ତ୍ରୀ ପରେ ଏବେ ପଡିଛି ମୁଖ୍ୟମନ୍ତ୍ରୀଙ୍କ ପାଳି । ଇଡି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି । ତେବେ ନଭେମ୍ବର ୨ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ କେଜରିୱାଲଙ୍କୁ ସମୟ ଦିଆ ଯାଇଛି । ଏହି ଘଟଣାରେ ଏପ୍ରିଲରେ ସବିବିଆଇ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚୁରା କରି ସାରିଛି । ସେପଟେ ଗତକାଲି ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା ମିଳିଥିଲା । ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ଏସସି ।

ଅଧିକ ପଢନ୍ତୁ , https://www.pratidintv.com/supreme-court-denies-bail-to-manish-sisodia/

ଦୀର୍ଘ ୮ମାସ ହେଲାଣି ସିସୋଦିଆ ଜେଲରେ ରହିଛନ୍ତି । ଦିଲ୍ଲୀରେ ୩୩୮ କୋଟିର ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ନେତା ସଂଜୟ ସିଂ ଓ ମନୀଷ ସିସୋଦିଆକୁ ଗିରଫ କରିସାରିଛି ସିବିଆଇ । କେଜରିୱାଲଙ୍କୁ ଇଡି ନୋଟିସ ନେଇ ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ ଶେଷ କରିଦେବାକୁ ଚାହୁଁଛନ୍ତି । ୨୦୨୦, ୧୭ ନଭେମ୍ବରରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ କରାଯାଇଥିଲା । ଏଥିରେ ମଦ ମାଫିଆଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ପାଇଁ ଆଇନର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଥିଲା । ଦିଲ୍ଲୀ ମୁଖ୍ୟ ସଚିବଙ୍କ ଏକ ରିପୋର୍ଟ ଆଧାରରେ ୨୨ ଜୁଲାଇ ୨୦୨୨ରେ ତତକାଳୀନ ଉପରାଜ୍ୟପାଳ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ୨୦୨୨ ଅଗଷ୍ଟ ୧୯ରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆଙ୍କ ସମେତ କିଛି ଆପ ନେତାଙ୍କ ଘରେ ଚଢାଉ ହୋଇଥିଲା । ମାମଲାରେ ଚଳିତବର୍ଷ ୨୭ ଫେବୃଆରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ ।

Leave a Reply

Your email address will not be published. Required fields are marked *