Pratidin TV

Odisha's Digital News Platform

ଜ୍ୟାକଲିନ୍ , ନୋରାଙ୍କ ପରେ ବଢିଲା ରକୁଲ ପ୍ରୀତଙ୍କ ଅଡୁଆ , ଇଡି ପଠାଇଲା ସମନ

ମୁମ୍ବାଇ : ଜ୍ୟାକଲିନ୍ , ନୋରାଙ୍କ ପରେ ଏବେ ରକୁଲଙ୍କୁ ଘାଣ୍ଟିବ ଇଡି । ଏଥର ମାମଲା ସୁକେଶର ଟଙ୍କା ନୁହଁ । ବରଂ ଡ୍ରଗ୍ସକୁ ନେଇ ସମନ ଜାରି କରିଛି ଇଡି । ବଲିଉଡ୍ ପରେ ଏବେ ଟଲିଉଡ୍‌ରେ ଚାଲିଛି ନିଶା କାରବାର । ଯାହାକୁ ନେଇ ରକୁଲଙ୍କ ସହ ଆଉ କିଛି ଅଭିନେତ୍ରୀଙ୍କୁ ମଧ୍ୟ ଜେରା କରିଥିଲା ଇଡି । ଡିସେମ୍ବର ୧ ରେ ଜେରା ହୋଇଥିବା ରକୁଲଙ୍କୁ ପୁଣି ଡିସେମ୍ବର ୧୯ ରେ ହାଜର ହେବା ପାଇଁ ଜାରି ହୋଇଛି ନୋଟିସ୍ ।

ସୂଚନା ଅନୁଯାୟୀ ପୂର୍ବରୁ ୨୦୨୧ରେ ଇଡି ରକୁଲ ପ୍ରୀତଙ୍କୁ ପଚରା ଉଚରା କରିଥିଲା । ବର୍ତ୍ତମାନ ତାଙ୍କୁ ଡ୍ରଗ୍ସ ଲିଙ୍କ୍ ନେଇ ପୁଣି ପଚରା ଉଚରା କରିବ ଇଡି । ଟଲିଉଡ ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ରାଣା ଦଗ୍ଗୁବାତି, ପୁରୀ ଜଗନ୍ନାଥ, ରବି ତେଜା, ଚାର୍ମି କୌର, ନବଦୀପ ଓ ଅନ୍ୟ କେତେଜଣଙ୍କୁ ବି ନୋଟିସ ଜାରି କରାଯାଇଥିଲା ।

ଡ୍ରଗ୍ସ ର‌୍ୟାକେଟର ପର୍ଦ୍ଦାଫାଶ ହୋଇଥିଲା ୨ ଜୁଲାଇ ୨୦୧୭ରେ । ଯେତେବେଳେ ସୀମା ଶୁଳ୍କ ଅଧିକାରୀମାନେ ଜଣେ ମ୍ୟୁଜିସିୟାନ କେଲ୍ୱିନ ମସ୍କାରେନହାସ ଓ ଅନ୍ୟ ୨ ଜଣଙ୍କୁ ଗିରଫ କରିଥିଲା ଇଡି ଏବଂ ସେମାନଙ୍କ ନିକଟରୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ମଧ୍ୟ ଜବତ ହୋଇଥିଲା । ସେତେବେଳେ ସେମାନେ ଯାଞ୍ଚ କରୁଥିବା ଅଧିକାରୀଙ୍କୁ କହିଥିଲେ କି ସେମାନେ ଚଳଚ୍ଚିତ୍ର ଜଗତର କେତେଜଣ କଳାକାର, ସଫ୍ଟ ୱେୟାର ଇଞ୍ଜିନିୟର ଏମିତିକି କର୍ପୋରେଟ ସ୍କୁଲର ଛାତ୍ରଙ୍କୁ ଡ୍ରଗ୍ସ ସପ୍ଲାଇ କରୁଛନ୍ତି । ଟଲିଉଡ ଦୁନିଆର କେତେଜଣ କଳାକାରଙ୍କ ମୋବାଇଲ ନମ୍ବର ସେମାନଙ୍କ କଣ୍ଟାକ୍ଟ ଲିଷ୍ଟରୁ ବି ମିଳିଥିଲା । ଯାହା ଭିତରେ ରକୁଲ ପ୍ରୀତଙ୍କ ନଂ ମଧ୍ୟ ଥିଲା ।

Leave a Reply

Your email address will not be published. Required fields are marked *