Pratidin TV

Odisha's Digital News Platform

ରେଡ୍‌ କରିବାକୁ ଯାଇଥିଲା ED,କବାଟ ଖୋଲିଲେନି AAP ବିଧାୟକ ଅମାନତୁଲ୍ଲା ଖାନ 

1 min read

ରେଡ କରିବାକକୁ ଆସି ବିଧାୟକଙ୍କ ଘର ବାହାରେ ଘଣ୍ଟା ଘଣ୍ଟା ଛିଡା ହେଲା ଇଡି | ବାହାରେ ପୋଲିସ ଛାଉଣୀ ଦେଖି ଭିତରେ ଥରି ଉଠିଲେ ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନ | ଆଜି ସକାଳୁ ଯେତେବେଳେ ବିଧାୟକ ୭ ଟାରୁ ଉଠିଥିଲେ ସେତେବେଳେ ଘର ବାହାରେ ଇଡି ସହ ପୋଲିସ ଛାଉଣୀ ହୋଇଛନ୍ତି | ଏହାସହ ବାରମ୍ବାର କବାଟ ବାଡେଇ ବିଧାୟକଙ୍କୁ ଡାକୁଛନ୍ତି | କିନ୍ତୁ ଏହି କଥା ଜାଣିବା ପରେ ମଧ୍ୟ କବାଟ ଖୋଲିଲେ ନାହିଁ ବିଧାୟକ | ଶେଷରେ ଘଣ୍ଟା ଘଣ୍ଟା ଧରି ଇଡି ଘର ବାହାରେ ଛିଡା ହେଲା | ଘର ଭିତରେ ଉପରୁ ଥାଇ ଜଣେ କେହି ଭିଡ଼ିଓ କରୁଥିବାର ନଜର ଆସିଥିଲା | ପ୍ରାୟ ଅନେକ ସମୟ ଛିଡା ହେବା ପରେ ଇଡି ଚଢ଼ାଉ କରିଥିଲା |

ଏହାକୁ ନେଇ ଆପ୍ ବିଧାୟକ ଅମାନତୁଲ୍ଲା ଖାନ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି, ‘ଇଡିର ଲୋକମାନେ ଆଜି ସକାଳ ୭ଟାରେ ମୋ ଘରେ ପହଞ୍ଚିଛନ୍ତି। ସର୍ଚ୍ଚ ୱାରେଣ୍ଟ ନାମରେ ଇଡିର ଟିମ୍‌ ମୋତେ ଗିରଫ କରିବାକୁ ଆସିଛନ୍ତି। ମୋ ଶାଶୁ କ୍ୟାନ୍‌ସର ରୋଗରେ ପୀଡିତ। ୪ ଦିନ ପୂର୍ବରୁ ତାଙ୍କର ଅପରେସନ୍ କରାଯାଇଛି।’ ସେ ଇଡିର ସମସ୍ତ ନୋଟିସର ଜବାବା ଦେଇଛନ୍ତି। ‘ଏମାନେ କେବଳ ମେତେ ନୁହେଁ ମୋ ଦଳକୁ ମଧ୍ୟ ହଇରାଣ କରୁଛନ୍ତି। ଏମାନଙ୍କ ଉଦ୍ଦେଶ୍ୟ ହେଲା ଆମକୁ ଭାଙ୍ଗିବା ଓ ଅଲଗା କରିବା। କିନ୍ତୁ ଏମାନଙ୍କୁ ଆମେ ଡରିବୁ ନାହିଁ। ମୋର ଆଇନ ବ୍ୟବସ୍ଥା ଉପରେ ଓ ଅଦାଲତ ଉପରେ ବିଶ୍ୱାସ ରହିଛି। ନିଶ୍ଚିତ ଆମକୁ ନ୍ୟାୟ ମିଳିବ। ଏଥିସହ ତାଙ୍କ ବିରୋଧରେ ମିଥ୍ୟା ଅରୋପ ଲଗାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

ସେପଟେ ଆମ ଆଦମୀ ନେତା ସଞ୍ଜୟ ସିଂହ ମଧ୍ୟ ଏକ ଭିଡିଓ ପୋଷ୍ଟ କରି କେନ୍ଦ୍ର ସରକାର ଓ ଇଡି ଉପରେ ବର୍ଷିଛନ୍ତି। ସେ ଲେଖିଛନ୍ତି, ‘ଇଡିର କ୍ରୁରତା ଦେଖନ୍ତୁ। ଅମାନତୁଲ୍ଲା ଖାନ ପ୍ରଥମେ ଇଡି ଅନୁସନ୍ଧାନରେ ଯୋଗ ଦେଇଥିଲେ, ଅଧିକ ସମୟ ମାଗିଥିଲେ। ତେବେ ଇଡିର ଟିମ୍‌ ଆଜି ସକାଳୁ ସକାଳୁ ଚଢ଼ାଉ ପାଇଁ ତାଙ୍କ ଘରେ ପହଞ୍ଚି ଯାଇଛି। ଅଯାହା ଏକ ଅମଣବିକତା ଅଟେ |’

Leave a Reply

Your email address will not be published. Required fields are marked *