Pratidin TV

Odisha's Digital News Platform

ଗ୍ରାହକଙ୍କୁ ଲାଗିପାରେ ଝଟକା,ପାର୍ବଣ ପରେ ମହଙ୍ଗା ହୋଇପାରେ ଖାଇବା ତେଲ…

1 min read


ଆଗକୁ ଆସୁଛି ପାର୍ବଣଋତୁ । ଗ୍ରାହକଙ୍କୁ ଲାଗିପାରେ ବଡ ଝଟକା । କାରଣ ଏହି ସମୟରେ ଅତ୍ୟାବଶ୍ୟକ ସାମନଗ୍ରୀର ଦର ବୃଦ୍ଧି ନେଇ ଆଶଙ୍କା କରାଯାଇଛି । ଏହାରୀ ଭିତରେ ଖାଇବା ତେଲ ଦର ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି । ତେବେ ଏଇ ନିକଟରେ ବିଲାତି ଅଦା, ଡାଲି, ଭଳି ସାମଗ୍ରୀ ଦର ବୃଦ୍ଧି ପାଇଥିଲା । ଯେଉଁଥିପାଇଁ ସାଧାରଣ ଖାଉଟି ହନ୍ତସନ୍ତ ହୋଇଥିଲେ । ଆଉ ଏଥରୁ ଆଶ୍ୱସ୍ତି ମିଳିଥିବା ବେଳେ ବର୍ତ୍ତମାନ ଖାଇବା ତେଲ ମହଙ୍ଗା ନେଇ ମୁଣ୍ଡରେ ହାତ ଦେଇପାରନ୍ତି ମଧ୍ୟବିତ୍ତ ପରିବାର । ତେବେ ପାର୍ବଣ ଖର୍ଚ୍ଚ ସାଙ୍ଗକୁ ଖାଇବା ସାମଗ୍ରୀରେ କିଣିବାରେ ଖର୍ଚ୍ଚ ହେବ ଅଧିକ ଟଙ୍କା । ତେଲଦର ବୃଦ୍ଧିକୁ ନେଇ ଫାଷ୍ଟ ମୁଭିଙ୍ଗ କଞ୍ଜ୍ୟୁମର ଗୁଡ୍ସ (FMCG) କମ୍ପାନୀ ଗୁଡିକ କହିଛନ୍ତି ଯେ ଆନ୍ତର୍ଜାତୀୟ ଯୋଗାଣ ଚଳିତ ବର୍ଷ ଭଲ ରହିଛି । ଯେଉଁଥିପାଇଁ ଖାଦ୍ୟସାମଗ୍ରୀ ଗୁଡିକର ଦରଦାମ ନିୟନ୍ତ୍ରଣ ରହିଛି । କିନ୍ତୁ ଚଳିତ ବର୍ଷ ଦେଶରେ ଅସମୟରେ ବର୍ଷା କାରଣରୁ ସୋୟାବିନ୍ ଚାଷ ପ୍ରଭାବିତ ହୋଇଛି । ଯେଉଁଥିପାଇଁ ଖାଇବା ତେଲ ଦାମ୍ ଉପରେ କୈାଣସି ପ୍ରଭାବ ପଡିବା ନେଇ ଆଶଙ୍କା ରହିଛି । କିନ୍ତୁ ପାର୍ବଣ ସମୟରେ କମ୍ପାନୀଗୁଡିକ ଖାଇବା ତେଲ ଦାମ୍ ବୃଦ୍ଧି କରିବାର ଆଶଙ୍କା ନାହିଁ । ପାର୍ବଣ ଋତୁ ପରେ ପରେ ଖାଇବା ତେଲର ମୂଲ୍ୟ ବୃଦ୍ଧି ପାଇପାରେ ବୋଲି କୁହାଯାଇଛି । ଚଳିତ ବର୍ଷ ଡିସେମ୍ବରରୁ ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲ ମଧ୍ୟରେ ବୃଦ୍ଧି ପାଇପାରେ । ଦେଶର ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଭଲ ବର୍ଷା ହୋଇ ନ ଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *