Pratidin TV

Odisha's Digital News Platform

ବିଧାସଭା ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ବାଦପତ୍ରର ସମ୍ପାଦକ, ବଜେଟ ନେଇ ଜଣାଇଲେ ଅଭିନନ୍ଦନ

1 min read

ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଭିନ୍ନ ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ବାଦପତ୍ରର ସମ୍ପାଦକମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟ ବାସୀଙ୍କ ପାଇଁ ଭଲ ବଜେଟ୍ ଉପସ୍ଥାପନ କରିଥିବାରୁ ଅଭିନନ୍ଦନ ଜଣାଇଥଲେ ।

ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ବିଶେଷ କରି, ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ବାଦପତ୍ର ଗୁଡିକୁ ବିଜ୍ଞାପନ ଓ ସ୍ୱାସ୍ଥ୍ୟ ବୀମା ସମ୍ପର୍କିତ ବିଷୟ ଉପରେ ଆଲୋଚନା କରିଥିଲେ ।

Advertisement

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ସମସ୍ୟା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ଦଳରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି,ଦେବକାନ୍ତ ମହାପାତ୍ର, ଅଜୟ କୁମାର ଦାସ, ଅଶୋକ କୁମାର ସାହୁ , ମାଧବାନନ୍ଦ ବେହୁରା ପ୍ରମୁଖ ସାମିଲ ଥିଲେ

Leave a Reply

Your email address will not be published. Required fields are marked *