ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି : ରାଜ୍ୟରେ ଖୁବ୍ ଶୀଘ୍ର ପୂରଣ ହେବ ୪୭୯୦ ଟି ପଦବୀ
1 min readଭୁବନେଶ୍ୱର : ସରକାରୀ ଚାକିରୀ ପାଇଁ ଆଗ୍ରହୀ ଥିବା ପାର୍ଥୀମାନଙ୍କ ପାଇଁ ବଡ ଖବର । ରାଜ୍ୟରେ ୪୭୯୦ଟି କନଷ୍ଟେବଳ ପଦବୀ ପୂରଣ ନବୀନ ପଟ୍ଟନାୟକ ନିର୍ଦ୍ଧେଶ ଦେଇଛନ୍ତି । ଖୁବଶୀଘ୍ର ପୋଲିସ ବିଭାଗରେ ନୂତନ ନିଯୁକ୍ତି ଦିଆଯିବ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଓଡିଶା ପୋଲିସରେ ଖାଲିପଡିଥିବା ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର ପଦାନ କରିଛନ୍ତି ।
ରାଜ୍ୟରେ ୩୪ ଟି ରାଜ୍ୟର ୩୪ଟି ପୁଲିସ ଜିଲ୍ଲା ଓ କମିଶନରେଟ ପୋଲିସରେ ଏହି ନୂଆ କନେଷ୍ଟବଳଙ୍କୁ ନିଯୁକ୍ତି ଦିଆଯିବ । ଏହା ଦ୍ୱାରା ବିଭିନ୍ନ ଜିଲ୍ଲା ତଥା ଥାନାଗୁଡ଼ିକରେ ଖାଲିଥିବା କନେଷ୍ଟବଳ ପଦବୀଗୁଡ଼ିକ ପୂରଣ ହୋଇପାରିବ । ଏହା ମଧ୍ୟ ଆଇନଶୃଙ୍ଖଳା ରକ୍ଷା ଦିଗରେ ପୋଲିସର ସାର୍ମଥ୍ୟ ବୃଦ୍ଧିରେ ସହାୟକ ହେବ । ସରକାରୀସ୍ତରରେ ଏତେ ସଂଖ୍ୟକ ନିଯୁକ୍ତି ଚାକିରି ଆଶାୟୀ ପିଲାଙ୍କ ପାଇଁ ଏକ ସୁଯୋଗ ମଧ୍ୟ ।