Pratidin TV

Odisha's Digital News Platform

ଦେବଗଡ଼ରେ କେନ୍ଦ୍ରଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗଣେଶଙ୍କ ଦର୍ଶନ କରି ବୁଲିଲେ ପୂଜା ମଣ୍ଡପ…


ଦେବଗଡ଼: ଦେବଗଡ଼ ଜିଲ୍ଲାର ପ୍ରସିଦ୍ଧ ଗଣେଷ ମେଳାରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣେଷ ମେଳାର ୬ଷ୍ଠ ଦିନରେ ଶ୍ରୀଯୁକ୍ତ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ସହରର ବିଭିନ୍ନ ପୂଜା ମଣ୍ଡପ ଗୁଡିକ ବୁଲିଥିଲେ । ପୂଜା ମଣ୍ଡପରେ ପହଞ୍ଚି ବିଘ୍ନ ବିନାସକ ଶ୍ରୀ ଗଣେଶଙ୍କ ଦର୍ଶନ କରି ଆଶ୍ରୀବାଦ ନେବା ସହିତ ୭୫ ବର୍ଷ ପୂର୍ତୀ ଅବସରରେ ପ୍ଲାଟିନମ୍ ଜୁବୁଲିର ଦିପ ପ୍ରଜ୍ଜ୍ୱଳନ କରିଥିଲେ । ପରେ ସାସ୍କୃତିକ ମଣ୍ଡପରେ ପହଞ୍ଚି ବଣିକ ସଂଘ ଦ୍ୱାରା ଆୟୋଜିତ ଗଣେଷ ମେଳା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅନୁଷ୍ଠାନର ସମସ୍ତ ପୂର୍ବତନ ସଭାପତି ଓ ସମ୍ପାଦକ ଏବଂ ରାଜ୍ୟ ତଥା ରାଜ୍ୟ ବାହାରେ ଖେଳ ପ୍ରଦର୍ଶନ କରି ଜିଲ୍ଲାର ଗୈାରବ ଅର୍ଜନ କରିଥିବା ଖେଳାଳି ମାନଙ୍କୁ ସମ୍ମାନିତ କରିଛନ୍ତି ।


ତେବେ ଦେବଗଡ଼ ଜିଲ୍ଲା ଏକ କୃଷି ଭିତ୍ତିକ ଜିଲ୍ଲା ହୋଇଥିବାରୁ ଜିଲ୍ଲାରେ ଶିକ୍ଷା, ଚାଷ, ଗମନା ଗମନ ଓ ନୂତନ ରେଳ ଲାଇନ ସଂଯୋଗ ନିମନ୍ତେ ଶ୍ରୀ ପ୍ରଧାନଙ୍କ ଅବଦାନ ବେସ ଅତୁଳନୀୟ । ଯାହା ପାଇଁ ପୂଜା କମିଟି ଓ ଜିଲ୍ଲାବାସି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରି ଧନ୍ୟବାଦ ଜଣାଇଛନ୍ତି । ଦେବଗଡ଼ ଜିଲ୍ଲା କିପରି ସବୁ କ୍ଷେତ୍ରରେ ଆଗକୁ ବଢିପାରିବ ଏ ନେଇ ଶ୍ରୀ ପ୍ରଧାନ ସରକାରଙ୍କ ପାଖରେ ଜଣାଇବେ ବୋଲି ପ୍ରତିଶୃତି ଦେଇଛନ୍ତି । ଅନ୍ୟପଟେ ଚଳିତ ବର୍ଷ ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍ ଜୁବୁଲି ପାଳନ ହେଉଥିବା ବେଳେ ପ୍ରତ୍ୟୋକ ଦିନ ଜିଲ୍ଲା ଓ ଜିଲ୍ଲାବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ତାଙ୍କ ସହିତ ଦେବଗଡ଼ ବିଧାୟକ, ବ୍ରହ୍ମଗିରି ବିଧାୟ, ରେଙ୍ଗାଲି ବିଧାୟକ ବିଜେପି ରାଜ୍ୟ ସମ୍ପାଦକ, ଏବଂ,ବିଜେପି ରାଜ୍ୟ ଉପସଭାପତି ଙ୍କ ସମେତ ଅନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ । ପୋଲିସ ଓ ଜିଲ୍ଲା ପ୍ରଶାସନ କେନ୍ଦ୍ର ମନ୍ତ୍ରୀଙ୍କ ଦେବଗଡ଼ ଗସ୍ତକୁ ନେଇ ବ୍ୟାପକ ବନ୍ଦୋବସ୍ଥ କରିବା ସହିତ ଲୋକଙ୍କ ସୁରକ୍ଷା ପାଇଁ ଅଧିକ ପୋଲିସ ମୁତୟନ କରି ଆଇନ ଶୃଙ୍ଖଳା ଦୃଷ୍ଟିରୁ ସବୁ ଯାଗାରେ ସିସି କ୍ୟାମେରା ଲଗାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *