Pratidin TV

Odisha's Digital News Platform

ପବିତ୍ର ଇଦ-ଉଲ-ଫିତର ରେ ଏକାଠି ବିଜେଡି କଂଗ୍ରେସ ନେତା , ପରସ୍ପରକୁ ଜଣାଇଲେ ମୁବାରକ .

1 min read

ଆଜି ପବିତ୍ର ଇଦ-ଉଲ-ଫିତର । ‘ଇଦ’ର ଅର୍ଥ ଖୁସି, ‘ଫିତର’ ଅର୍ଥ ଦାନ। ଅର୍ଥାତ ଇଦୁଲ ଫିତର ହେଉଛି ଦାନର ମହୋତ୍ସବ । ଏହି ପବିତ୍ର ଦିନରେ ବର୍ଷ ସାରା ଯାହା ଆୟ କରିଥିବ ତାର ଅଢ଼େଇ ଭାଗ ଗରିବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି । ଇସଲାମ ପରମ୍ପରା ଅନୁସାରେ ଏହି ରମଜାନ ମାସ ହିନ୍ଦୁମାନଙ୍କ କାର୍ତ୍ତିକ ମାସ ଭଳି ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ। ମାସ ସାରା ରୋଜା (ଉପବାସ) ଓ ଏବାଦତ (ବିଶେଷ ପ୍ରାର୍ଥନା) କରାଯିବାର ପରମ୍ପରା ରହିଥାଏ । ତେବେ ମୁସଲମାନ ଶ୍ରଦ୍ଧାଳୁ ମାନେ ଭୋରରୁ ଉଠି ଉପବାସ ରଖିଥିଲେ। ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜ୍ବଳା ଉପବାସ ବ୍ରତ ପାଳନ କରିବା ସହିତ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଇତ୍ୟାଦି ଇନ୍ଦ୍ରିୟଗୁଡ଼ିକ ଉପରେ ସଂଯମ ଅବଲମ୍ବନ କରାଯାଇଥାଏ ବୋଲି ବିଶ୍ୱାସ ରହିଛି।

ଆଜି ପବିତ୍ର ରମଜାନ ମାସର ଶେଷ ଦିନ ମସଜିଦ ଗୁଡିକରେ ନମାଜ ପାଠ କରିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ମୁସଲମାନ ଭାଇ ଭଉଣୀ । କଟକ ସହରରେ ଥିବା ମସଜିଦ ଗୁଡିକରେ କେବଳ ମୁସଲମାନ ନୁହନ୍ତି ବରଂ ସବୁ ବର୍ଗର ଲୋକେ ଭିଡ ଜମାଇଛନ୍ତି । କେବଳ ସାଧାରଣ ଲୋକ ନୁହେଁ ନିର୍ବାଚନ ପାଖେଇ ଆସୁଥିବାରୁ ମସଜିଦକୁ ରାଜନେତାଙ୍କ ସୁଅ ଛୁଟିଛି । ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ, ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଓ କଟକ ମେୟର ସୁବାସ ସିଂ ମସଜିଦକୁ ଯାଇ ମୁସଲମାନ ଭାଇ ଭଉଣୀଙ୍କୁ ଇଦର ଶୁଭେଚ୍ଛା ଜଣାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *