Pratidin TV

Odisha's Digital News Platform

ପଡିଆରେ ଫୁଟବଲ ଖେଳୁଥିବା ସମୟରେ ପିଲାଙ୍କ ଉପରେ ଟିଣ ସେଡ୍‌, ୮ ଗୁରୁତର

1 min read

ପଡିଆରେ ଫୁଟବଲ ଖେଳୁଥିଲେ ପିଲା | ହଠାତ ସୋସାଇଟି ବିଲ୍ଡିଂର ଟିଣ ସେଡ ଖସିପଡିଲା | ଏଥିରେ ୭ରୁ ୮ ଜଣ ପିଲା ଗୁରୁତର ହୋଇଛନ୍ତି | ସମସ୍ତ ପିଲାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ନିଆଯାଇଛି | ଏପରି ଅଘଟଣ ମୁମ୍ବାଇର ଥାନେ ଅଞ୍ଚଳରେ ଘଟିଛି |

ଅସ୍ୱୀସାରିଛି ବର୍ଷା ଋତୁ | ପ୍ରବଳ ବର୍ଷା ଯୋଗୁଁ ଦୁର୍ଘଟଣା ଘଟିବା ମଧ୍ୟ ଆରମ୍ଭ ହେବାର ଦେଖିବାକୁ ମିଳିସାରିଲାଣି | ତେବେ ମୁମ୍ବାଇରେ ମୌସୁମୀ ଆରମ୍ଭ ହୋଇସାରିଛି | ଏଠାରେ ବିଭିନ୍ନସ୍ଥାନରେ ଲଗାଣ ବର୍ଷା ହେଉଛି | ସେହିପରି ଲଗାଣ ବର୍ଷା ଏବଂ ଅତ୍ୟଧିକ ପବନ ଯୋଗୁଁ ମୁମ୍ବାଇର ନିକଟସ୍ଥ ପିଲାମାନେ ପ୍ରବଳ ବର୍ଷା ଭିତରେ ଫୁଟବଲ୍‌ ଖେଳୁଥିବା ସମୟରେ ଦୁର୍ଘଟଣା ଘଟିଛି | ବର୍ଷା ଓ ପବନ ଯୋଗୁ ଏକ ଟିଣ ସେଡ୍‌ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୭ରୁ ୮ ଜଣ ପିଲା ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ନିଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ୧୭ରୁ ୧୮ ପିଲା ଫୁଟବଲ ଖେଳିବାକୁ ଯାଇଥିଲେ। ଅତ୍ୟଧିକ ପବନ ଯୋଗୁଁ ଅନ୍ୟ ଏକ ସୋସାଇଟି ବିଲ୍ଡିଂର ଏକ ଟିଣସେଡ୍‌ ଖସି ପିଲାମାନଙ୍କ ଉପରେ ପଡ଼ିଥିଲା ଏହି ସମସ୍ତ ପିଲା ୯ମ ଏବଂ ୧0ମ ଶ୍ରେଣୀର ଛାତ୍ର ବୋଲି କୁହାଯାଉଛି। ଏହି ଘଟଣା ପରେ ଶିବସେନା ଏକନାଥ ସିନ୍ଧେ ଗୋଷ୍ଠୀର ବିଧାୟକ ପ୍ରତାମ ସରନାଏକ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆହତମାନଙ୍କୁ ସହାୟତା କରିବାକୁ ଆଶ୍ୱାସନା ଦେଛନ୍ତି। ପ୍ରତାପ ସାରନାକ ଆହତମାନଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି। ଆହତଙ୍କ ମଧ୍ୟରୁ ଅନେକ ପିଲାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *