Pratidin TV

Odisha's Digital News Platform

ଆଗରୁ ୧୦ ଯାଇଥିଲେ ଏବେ ଆଖିବୁଜିଲେ ୩, କାନ୍ଦୁଛି ଗଞ୍ଜାମ ପୁଡ଼ାମାରି…

1 min read

ଅଧା ରହିଗଲା ତାରିଣୀ ଦର୍ଶନ । ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା । ଏ ଘଟଣା ଆଜି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ରାତି ନପାହୁଣୁ ମା ତାରିଣୀଙ୍କ ଦର୍ଶନ କରିବା ପାଇଁ ବାହାରିଥିଲେ ପୁଡ଼ାମାରିର ଗଜେନ୍ଦ୍ର ପ୍ରଧାନ ଓ ବତାଗଡ଼ ଗାଁର ବାୟାଘନ ଗୌଡ଼ଙ୍କର ଦୁଇ ପରିବାର । ଗଜେନ୍ଦ୍ରଙ୍କ ପୁଅ ଆକାଶ ଓ ବାୟାଘନଙ୍କ ପୁଅ ମଦନ ଦୁଇ ସାଙ୍ଗ । ତେଣୁ ମିଳିମିଶି ତୀର୍ଥ କରି ବାହାରିଥିଲେ ଏ ଦୁଇ ପରିବାର । ଆଗ ତାରିଣୀ ଦର୍ଶନ କରିଥାନ୍ତେ, ତା ପରେ ପୁରୀ ଜଗା ଦର୍ଶନ କରିଥାନ୍ତେ । ହେଲେ ସତେ ଯେପରି ମାଡି ଆସିଲା କାଳ । ରାସ୍ତା କଡରେ ଠିଆ ହୋଇଥିବା ବେଳେ ପଛପଟୁ ଗୋଟାଏ ଟ୍ରକ ଆସି ବୋଲରକୁ ଧକ୍କା ଦେଇଥିଲା । ଆଉ ନିମିଷକ ମଧ୍ୟରେ ମଧ୍ୟରେ ଚାଲିଯାଇଥିଲା ୮ଟି ଜୀବନ । ଦୁର୍ଘଟଣାରେ ୧୨ଜଣ ଗୁରୁତର ହୋଇଥିଲେ । ସେଥିମଧ୍ୟରୁ ଜଣେ ଘଟଗାଁ ମେଡ଼ିକାଲ ଥିବାବେଳେ ଅନ୍ୟ ୧୧ଜଣ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ।ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଙ୍କୁ କଟକ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଗୋଟିଏ ପରିବାର ଆଠଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଆହୁରି ୨୦ ଜଣ ଆହାତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬ ଜଣ ଗୁରୁତର ଅଛନ୍ତି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏଭଳି ମର୍ମନ୍ତୁତ ସଡକ ଦୁର୍ଘଟଣାରେ ଚାଲିଯାଇଛି ଗଞ୍ଜାମ ଦିଗ ପହଣ୍ଡି ଅଞ୍ଚଳର ଦୁଇ ସଙ୍ଗାତ ପରିବାରର ୮ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ପରିବାର ୩ଜଣ ସଦସ୍ୟଙ୍କର ଚାଲିଯାଇଛି ଜୀବନ । ଗତ ଜୁନ ମାସରେ ହୋଇଥିବା ଅନ୍ୟ ଏକ ଦୁର୍ଘଟଣାରେ ରେଣୁବାଳାଙ୍କ ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ଆଉ ସେ ଦୁଃଖ ମନରୁ ଲିଭିନଥିବା ବେଳେ ୫ ମାସ ପରେ ପୁଣିଥରେ ଦୂର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ଖାଲି ସେତିକି ନୁହେଁ ଦୁଃଖ ଉପରେ ନଳିତା ବିଡା ପଡିବା ଭଳି ରେଣୁବାଳାଙ୍କ ଜଣେ ଦିଅର ଅଶୋକ ପ୍ରଧାନଙ୍କ ଝିଅ ବାହାଘର ପରେ କନ୍ୟାବିଦା ସମୟରେ ଦୁର୍ଘଟଣା ଘଟିଥିଲା । ଆଉ ଏବେ ତୀର୍ଥ ଯାତ୍ରା ପାଇଁ ଯାଉଥିବା ବେଳେ ଦିଅର ଗଜେନ୍ଦ୍ର ପ୍ରଧାନଙ୍କ ପରିବାରରୁ ତାଙ୍କ ପତ୍ନୀ ମିତା ଓ ପୁଅ ଆକାଶ ଓ ବୋହୂ ଲିଜାଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର । ତେବେ ପରିବାରେ ଦୁଇ ଦୁଇଟି ଘଟଣାକୁ ନେଇ ଏବେ ପରିବାର ସ୍ଥାଣୁ ପାଲଟିଯାଇଛନ୍ତି ସ୍ଥାନୀୟ ବାସୀ ।

Advertisement

ସେପଟେ ଦୁର୍ଘଟଣା ଖବର ପରଠୁ ବାୟାଘନଙ୍କ ପରିବାର ସହ ପୁରା ଗାଁରେ ଖେଳିଯାଇଛି ଶୋକର ଛାଇ । କାରଣ ଦୁର୍ଘଟଣାରେ ବାୟାଘନଙ୍କ ସହ ପୁଅ ମଦନ, ଭଉଣୀ, ଜ୍ୱାଇଁ ଓ ଛୋଟ ନାତିର ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣାରେ ମୃତକଙ୍କୁ ପୋଲିସ ଏସ୍କାର୍ଟରେ ତାଙ୍କ ଗ୍ରାମକୁ ମହାଯାତ୍ରା ଗାଡ଼ିରେ ପଠାଇଛନ୍ତି । ପ୍ରଶାସନ, ଜିଲାପାଳ ଏସ୍ପି, ସିଡ଼ିଏମଓ ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିରେ ଏହି କାର୍ଯ୍ୟ କରାଯାଇଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକ ଓ ଗୁରୁତର ସହାୟତା କରିଥିବାରୁ ମୃତକ ପରିବାର ଓ ଗ୍ରାମର ସରପଞ୍ଚ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ ଜିଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *