ଜମୁଛି ଏକାମ୍ର ଉତ୍ସବ , ସୋନାଙ୍କ ଗୀତରେ ଝୁମିଲେ ଦର୍ଶକ
1 min readଏକାମ୍ର ଉତ୍ସବରେ ଝୁମୁଛନ୍ତି ଦର୍ଶକ । ସୋନା ମହାପାତ୍ରଙ୍କ ଗୀତରେ ଝୁମିଥିଲେ ଦର୍ଶକ । ବିଶେଷକରି ସୋନାଙ୍କ ବିନ୍ଦାସ ଶୈଳୀ ଦର୍ଶକଙ୍କ ମନକୁ ଛୁଇଁଥିଲା । ଏକାମ୍ର ଉତ୍ସବ ପଞ୍ଚମ ସନ୍ଧ୍ୟାରେ ବସନ୍ତର ସ୍ୱର ଥିମ୍ ଉପରେ ରହିଥିବା ବେଳେ ମୁଖ୍ୟ ଆକର୍ଷଣ ସାଜିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ସୋନା ମହାପାତ୍ର । ସୋନାଙ୍କ କଣ୍ଠରେ ରଙ୍ଗବତୀ ଗୀତ ଶୁଣି ଉପସ୍ଥିତ ଦର୍ଶକ ବେଶ୍ ଖୁସି ହୋଇଥିଲେ । ଏହାସହ ବନ୍ଦେ ଉତ୍କଳ ଜନନୀ ଓ ଆହେ ନୀଳଶୈଳ ଗାଇ ଉପସ୍ଥିତ ଦର୍ଶକଙ୍କ ମନକୁ ଜିଣିଥିଲେ ।
ଏହା ପରେ ପରେ ସେ ପିୟା ତୁ ଆଜା, ରଙ୍ଗବତୀ, ଦିଲ୍ ଡୁବା ଆଦି ଗୀତ ଗାଇଥିଲେ । ସେହିପରି କୁଳଦୀପ ପଟ୍ଟନାୟକ ଜଗନ୍ନାଥଙ୍କୁ ସମର୍ପି ଆରମ୍ଭ କରିଥିଲେ ଆହେ ନୀଳ ଶୈଳ ସଙ୍ଗୀତ । ଏହା ପରେ ତାଙ୍କ କଣ୍ଠରୁ କେବେ ଆସି ତୁ କହିଦେବୁ ମୋତେ ଭଲପାଉ ଦର୍ଶକଙ୍କୁ ବେଶ ଛୁଇଁଥିଲା । ପରେ ପରେ ସେ ରାଜହଂସୀ, ଶୁନ ମଇନା ଗୀତ ଗାଇଥିଲେ । ଏହା ପରେ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି ପୀୟା ପୀୟା ଗୀତରୁ ତାଙ୍କ ପ୍ରଦର୍ଶନ ଆରମ୍ଭ କରିଥିଲେ । ତେରୀ ଦିୱାନି, ରମତା ଯୋଗୀ, ଅଧୁରୀ ଜିନ୍ଦେଗି, ଓ ରେ ପିୟା ଭଳି ଅନେକ ଗୀତ ଗାଇଥିଲେ । ତେବେ ତାଙ୍କର ସଙ୍ଗୀତର ତାଳେ ନିଜେ ଝୁମିବା ସହିତ ଦର୍ଶକ ମାନଙ୍କୁ ଝୁମାଇଥିଲେ ।