କିଏ ହେବ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ! ଖୁଲାସା କଲେ ଏକନାଥ ସିନ୍ଦେ..
1 min readମହାରାଷ୍ଟ୍ରର ରେ ମହାୟୁତିର ମହାବିଜୟ ପରେ ଦେଖିବାକୁ ମିଳିଛି ମହାନାଟକ । କ୍ଷମତାର ଛକି ଶୂନର ଖେଳରେ କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତାକୁ ନେଇ ସସ୍ପେନ୍ସ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଗାଦିରେ ଏକନାଥ ସିନ୍ଦେ ବସିବେ ନା ଦେବେନ୍ଦ୍ର ଫଡନାଭିସ୍ ବସିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ମୁଖ୍ୟମନ୍ତ୍ରୀ ରେସ୍ରେ ଏହି ଦୁଇ ନେତାଙ୍କ ନାମ ଆଗରେ ରହିଛି। ଏସବୁ ମଧ୍ୟରେ ଆଜି ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ
ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦେଇଛନ୍ତି ବଡ଼ ପ୍ରତିକ୍ରିୟା ଦେଇଛନ୍ତି ଏକନାଥ ସିନ୍ଦେ। ମୁଁ ଜଣେ ଖୋଲା ହୃଦୟର ଲୋକ। ମନରେ ମୋର ଛୋଟ ଚିନ୍ତାଧାର ରଖେ ନାହିଁ । ମୁଁ ଜଣେ ନେତା ଯିଏ ଲୋକଙ୍କ ପାଇଁ କାମ କରିବା ପାଇଁ ପସନ୍ଦ କରେ। ସେ ଆହୁରି କହିଛନ୍ତି ବିଜେପି ଯାହାକୁ ମୁଖ୍ୟମନ୍ତ୍ରୀ କରିବାର ନିଷ୍ପତ୍ତି ନେବ ସେ ତାଙ୍କୁ ସମର୍ଥନ କରିବେ।
ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କୁ ସମର୍ଥନ କରିଥିଲେ। ସେଥିପାଇଁ ସେ ଉଭୟଙ୍କୁ ଧନ୍ୟବାଦ ଜଣାଉଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ମହାୟୁତି ମେଣ୍ଟ ମହାରାଷ୍ଟ୍ରକୁ ୬ ମାସ ମଧ୍ୟରେ ୩ୟ ସ୍ଥାନରୁ ପ୍ରଥମ ସ୍ଥାନକୁ ନେଇଥିଲା ବୋଲି ସିନ୍ଦେ କହିଛନ୍ତି।ସେ ଆହୁରି କହିଛନ୍ତି, ସେତେବେଳେ କେନ୍ଦ୍ର ସରକାରଙ୍କଠାରୁ ସେ ବହୁତ ସମର୍ଥନ ପାଇଥିଲେ। ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହିତ ଫୋନ ଜରିଆରେ କଥା ହୋଇଛନ୍ତି। ମହାରାଷ୍ଟ୍ରରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନେବାକୁ ସେ ଅନୁରୋଧ କରିଛନ୍ତି। ରାଜ୍ୟ ପାଇଁ ଯାହା ମଙ୍ଗଳ ହେବ ସେ ଦିଗରେ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ ଆଶା ରଖିଥିବା ସିନ୍ଦେ କହିଛନ୍ତି।