Pratidin TV

Odisha's Digital News Platform

ଆଜି ଇସ୍ତଫା ଦେବେ ଏକନାଥ ସିନ୍ଦେ, କିନ୍ତୁ ଅନ୍ୟପଟେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚାଲିଛି ସସପେନ୍ସ

1 min read

ଆଜି ତଥା ମଙ୍ଗଳବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏକନାଥ ଶିନ୍ଦେ । ସେ ଇସ୍ତଫା ଦେବା ପରେ ରାଜ୍ୟରେ ନୂତନ ସରକାର ଗଠନ ହେବ । ସିନ୍ଦେଙ୍କ ପରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ଆଜି ଶେଷ ହେଉଛି ମହାରାଷ୍ଟ୍ର ବିଧାନସଭା ଅଧିବେଶନ କାର୍ଯ୍ୟକାଳ। ହେଲେ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନେଇ ଛିଡୁନି ଅଙ୍କ। ତେବେ ବିଧାନସଭା ଅଧିବେଶନ କାର୍ଯ୍ୟକାଳ ଶେଷ ପୂର୍ବରୁ ସରକାର ଗଠନ ହେବା ନିୟମ ରହିଛି।

ତେବେ ଦେବେନ୍ଦ୍ର ଫଡନଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ନେତାମାନେ ଚାହୁଁ ଥିବାବେଳେ ଶିବସେନା କହିଛି ଯେ ବିହାର ଭଳି ଫର୍ମୁଲା ମହାରାଷ୍ଟ୍ରରେ କାର୍ଯ୍ୟକାରୀ କରାଯାଉ । ଅନ୍ୟପଟେ ଦଳୀୟ ନେତା ଚାହୁଁଛନ୍ତି, ବିଜେପି ରାଜ୍ୟର ସର୍ବାଧିକ ଆସନ ଜିତିଥିବାରୁ ବିଜେପିରୁ ହିଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରାଯିବା ଉଚିତ । ଯଦି ଆଜି ସୁଦ୍ଧା ସରକାର ଗଠନ ନହୁଏ ତେବେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ପଡିବ। ଏଭଳି ସ୍ଥିତିରେ ବିଜେପି ଏବଂ ମହାୟୁତି ମେଣ୍ଟରୁ ମୁଖ୍ୟମନ୍ତ୍ରୀ କିଏ ହେବ ନାଁ ଘୋଷଣା କରିବାକୁ ପଡିବ। ତେବେ ଦିଲ୍ଲୀ ହାଇକମାଣ୍ଡ ଅନ୍ତିମ ନିଷ୍ପତ୍ତି ନେବ।

Advertisement

ଏମିତି ଚର୍ଚ୍ଚା ଆଲୋଚନା ଭିତରେ ଗତକାଲି ଦିଲ୍ଲୀରେ ପହଞ୍ଚିଛନ୍ତି ଦେବେନ୍ଦ୍ର ଫଡନାବିସ୍। କୁହାଯାଉଛି ସରକାର ଗଠନ ନେଇ ସେ ବିଜେପିର ଟପ୍ ନେତାଙ୍କୁ ଭେଟିପାରନ୍ତି। ତେବେ ବିଜେପିର ଏକାକୀ ୧୩୨ ଆସନ ହାତେଇଥିବାବେଳେ ମହାୟୁତି ମେଣ୍ଟ ୨୩୦ ଆସନ ଜିତିଛି। ସେଥିରେ ଏକନାଥ ସିନ୍ଦେଙ୍କ ଶିବସେନାର ୫୭ ଆସନ ରହିଛି। ଏନସିପିର ଅଜିତ ପାୱାର ୪୧ ଆସନ ଜିତିଛନ୍ତି।

Leave a Reply

Your email address will not be published. Required fields are marked *