Pratidin TV

Odisha's Digital News Platform

ଯଦି ବସିଥିଲେ ନିର୍ବାଚନ କମିଶନ, ପ୍ରଚାରକୁ ଯାଉଥିବା ସମୟରେ ଏକନାଥ ସିନ୍ଦେଙ୍କର ହେଲିକେପ୍ଟର କଲେ ଯାଞ୍ଚ

1 min read

Eknath Sinde's helicopter was inspected while the election commission was sitting

ପ୍ରଚାର ପାଇଁ ଯିବା ସମୟରେ ଯାଞ୍ଚ ହେଲା ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର | ଆସନ୍ତା ୨0 ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ପାଲଖରରେ ପହଞ୍ଚିଥିଲେ ଏକନାଥ ସିଂଦେ | ଏହାପରେ ନିର୍ବାଚନ ଅଧିକାରୀମାନେ ତାଙ୍କ ହେଲିକେପ୍ଟର ଯାଞ୍ଚ କରିହାତିବା ଜଣାପଡିଛି | ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଓ ଜିନିଷପତ୍ର ଯାଞ୍ଚ କରିବାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି |

ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବ୍ୟାଗ ଯାଞ୍ଚ କରାଯିବା ପରେ ସେ ଅଭିଯୋଗ କରିଥିଲେ, ନିର୍ବାଚନ କମିଶନ, ପ୍ରଧାନମନ୍ତ୍ରୀ କିମ୍ବା କୌଣସି ବରିଷ୍ଠ ନେତାଙ୍କୁ ଯାଞ୍ଚ କରୁନାହିଁ | ତେବେ ଉଦ୍ଭବ ପ୍ରଶ୍ନ କରିଥିଲେ ଯେ ସେମାନେ ମୁଖ୍ୟମନ୍ତ୍ରୀ ଏକନାଥ ସିଂଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଅଜିତ ପାୱାରଙ୍କ ବ୍ୟାଗ କେବେ ଯାଞ୍ଚ କରିଛନ୍ତି କି, ତେଣୁ ଏହାର ଜବାବରେ ନିର୍ବାଚନ କମିଶନ କହିଥିଲେ ଯେ ନିର୍ଦ୍ଧାରିତ ପକ୍ରିୟା ଅନୁଯାୟୀ, ଯାଞ୍ଚ ହେଉଛି ଏବଂ ଯାଞ୍ଚ ସମୟରେ ସମସ୍ତ ପ୍ରଟୋକଲ ପାଳନ ହେଉଛି | ଏହାରି ମଧ୍ୟରେ ସାମ୍ନାକୁ ଆସିଥିବା ଆଉ ଏକ ଭିଡ଼ିଓ ରେ ଦେଖିବାକୁ ମିଳିଛି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଲାଟୋରେ ପହଞ୍ଚିବା ପରେ ତାଙ୍କ ହେଲିକେପ୍ଟର ମଧ୍ୟ ଯାଞ୍ଚ କରାଯାଉଛି | ତେବେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଏକ ଭିଡ଼ିଓ ସେୟାର କରି ଦାବି କରିଛନ୍ତି ଯେ, ବିଧାନସଭା ନିର୍ବାଚନ ପ୍ରଚାର କରିବାକୁ ଯାଉଥିବା ବେଳେ ନିର୍ବାଚନ ଅଧିକାରୀମାନେ ତାଙ୍କ ବ୍ୟାଗ ଯାଞ୍ଚ ମଧ୍ୟ କରିଛନ୍ତି | ତେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଗୋଟିଏ ଅଭିଯୋଗ ପରେ ଏବେ ନିର୍ବାଚନ କମିଶନର ସମସ୍ତ ନେତା ମନ୍ତ୍ରୀଙ୍କର ସବୁ ଯାଞ୍ଚ କରିବା ଆରମ୍ଭ କରିଛନ୍ତି |

Advertisement

Leave a Reply

Your email address will not be published. Required fields are marked *