Pratidin TV

Odisha's Digital News Platform

ଗ୍ରୁପ୍ ଲୋନ୍ ପାଇଁ ସାନ ଭାଇକୁ ପୁରା ପରିବାର ସହ ହାଣିଲା ବଡ ଭାଇ ।

1 min read

ଭଦ୍ରକ : ବାପାଙ୍କ ଲୋନ ପରିଶୋଧ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ। ସ୍ୱାମୀ, ସ୍ତ୍ରୀ ଓ ପୁଅ ଝିଅ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଉ ଆକ୍ରମଣ କରିଥିବା ବ୍ୟକ୍ତି ଆଉ କେହି ନୁହଁ ବରଂ ବଡ ଭାଇ ଓ ତା ପରିବାର ।

ବାପାଙ୍କ କରଜ ଏବଂ ଗ୍ରୁପ୍ ଲୋନ୍‌କୁ କେନ୍ଦ୍ର କରି ସାନ ଭାଇ ଓ ତା ପରିବାର ଉପରକୁ ମରଣାନ୍ତକ ଆକ୍ରମଣ କରିଛି ବଡ ଭାଇ । ଭଦ୍ରକ ଜିଲ୍ଲା ଧାମନଗର ଥାନା ପାହିମହୁରା ଗ୍ରାମାରେ ଘଟିଛି ଏଭଳି ସମ୍ବେଦନଶୀଳ ଘଟଣା। ଏହି ଗ୍ରାମର ଦିବାକର ଜେନା ଓ ରମାକାନ୍ତ ଜେନାଙ୍କ ପରିବାର ମଧ୍ୟରେ ଵାପାଙ୍କ ରୁଣ ଟଙ୍କା ଶୁଝିବାକୁ ନେଇ ବିଭିନ୍ନ ସମୟରେ ପାଟି ତୁଣ୍ଡ ହୁଏ, କିନ୍ତୁ ଗତକାଲି ଏହା ଉଗ୍ର ରୂପ ନେଇଥିଲା।

Advertisement

ସାନ ଭାଇ

ରମାକାନ୍ତ ଜେନା ଓ ତାଙ୍କ ପୁଅ ମାନେ ହଠାତ ବଚସାରୁ, ଉତକ୍ଷିପ୍ତ ହୋଇ ଦିବାକରଙ୍କ ଘରେ ପଶି ତାଙ୍କ ପରିବାର ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଦିବାକର ଓ ତାଙ୍କ ସ୍ତ୍ରୀ ଏବଂ ପୁଅ ଝିଅ ଗୁରୁତର ହୋଇ ପଡ଼ିଥିଲେ। ଗ୍ରାମବାସୀ ମାନେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତି କରିଛନ୍ତି। ସେମାନଙ୍କ ମୁଣ୍ଡ ହାତ ପିଠିରେ ଜୋର ଆଘାତ ଲାଗିଥିବା ଜଣା ଯାଇଛି। ତେବେ ଦିବାକରଙ୍କୁ କଟକ ସ୍ଥାନାନ୍ତର କରାଯିବା ନେଇ ମଧ୍ୟ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *